ମଣିଷର ସବୁଠାରୁ ବଡ଼ କଥା ହେଲା କାମ। ଆପଣା କର୍ମ ନ କଲେ ଯେ କୌଣସି ପ୍ରାଣୀ ବଞ୍ଚିରହିବା କଷ୍ଟ। ପଶୁ ପକ୍ଷୀ ସମସ୍ତେ ଖାଦ୍ୟ ଓ ବାସସ୍ଥାନ ପାଇଁ ନିଜେ ପରିଶ୍ରମ କରନ୍ତି। ପୋଷା ଜୀବଜନ୍ତୁଙ୍କ କଥା ଅବଶ୍ୟ ଅଲଗା।
ଉପରୋକ୍ତ କଥାଟି ମଣିଷଙ୍କୁ ନେଇ। ଯେଉଁମାନେ କର୍ମତପ୍ତର ସେମାନେ କେବେ ବସି ରହନ୍ତି ନାହିଁ। କିଛି ନା କିଛି କାମରେ ବ୍ୟସ୍ତ ରହନ୍ତି।
ପୂର୍ବେ ଆମର ଗାଁ ଗହଳରେ କୁମ୍ଭାରୁଣୀମାନଙ୍କର ଦୁଇଟି ପ୍ରଧାନ କାମ ଥିଲା। ଗୋଟିଏ ହେଲା ଚକରେ ହାଣ୍ଡି ମାଠିଆ ଗଢ଼ିବା ପାଇଁ ଭଲ ମାଟି ସଂଗ୍ରହ କରି ଘରକୁ ଆଣିବା ନଚେତ ଭାଟିରେ ଜାଳିବା ଲାଗି ଝାଟି ସଂଗ୍ରହ କରି ଆଣିବା। ଏ କଥାଟି ସବୁଆଡ଼େ ସାଧାରଣରେ ଦେଖିବାକୁ ମିଳେ। ତେଣୁ ଯେ କୌଣସି ଲୋକ ଦୁଇଟି କାମରେ ନିଜକୁ ଜଡ଼ିତ ରଖିଥିଲେ କୁହାଯାଏ- ସେ ‘‘ଝାଟିକି ନ ଗଲେ ମାଟିକି ଯାଏ’’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Basic-Pottery.jpg)