ମଣିଷମାନେ ଗୋଟିଏ ଜାତିର ହେଲେ ବି ସେମାନେ ବିଭିନ୍ନ ଭାଷା ବ୍ୟବହାର କରନ୍ତି। ଏବଂ ପ୍ରତିଟି ଭାଷାରେ ସୁଶୀଳ ତଥା ଉଚିତ ଶବ୍ଦ ଯେମିତି ଥାଏ ସେମିତି ବି ଥାଏ ରୁକ୍ଷ ବା ଅନୁଚିତ ଶବ୍ଦମାନ। ଆମେ ଅନେକ ସମୟରେ ଅନୁଚିତ କଥା କହି ଅନ୍ୟମନରେ କଷ୍ଟ ଦେଉ। ସମ୍ପର୍କ ନଷ୍ଟ କରୁ। ଅଥଚ ସୁଶୀଳ, ସୁନ୍ଦର କଥା ମାଧ୍ୟମରେ ଅନ୍ୟ ମନରେ ଯେ ଆନନ୍ଦ ଜାତ ହୁଏ ସେଥିପ୍ରତି ସଚେତନ ହେଉନା। ଅସୁନ୍ଦର ଓ ଅନୁଚିତ କଥା ଅନେକ ସମୟରେ ମଣିଷକୁ ବିପଦରେ ପକାଏ। ତେଣୁ ଭଲ କଥା କହି ଜାଣିବା ଏକ ଜରୁରୀ ଆବଶ୍ୟକତା। ଏହାକୁ ପିଲାଦିନୁ ଅଭ୍ୟାସ କରିବା ଆବଶ୍ୟକ। ତେଣୁ କୁହାଯାଏ- ‘‘କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର।’’ ଯଦି ସୁଶୀଳ ଭାଷା କହି ଜାଣିଛ ତେବେ ତୁମର କଥା ସୁନ୍ଦର ହେବ ଏବଂ ଯଦି ମୁଣ୍ଡର ବାଳକୁ ଠିକ୍ ଭାବରେ କୁଣ୍ଡେଇ ଜାଣିଛ ତେବେ ମୁଣ୍ଡ ବି ସୁନ୍ଦର ଦିଶିବ।
କଥା ଫରୁଆ : ‘‘କହି ଜାଣିଲେ କଥା ସୁନ୍ଦର’’
/sambad/media/post_attachments/wp-content/uploads/2020/08/talk.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)