ଆଜିକାଲି ଆଉ ଗାଆଁ ଗହଳରେ ସୁଦ୍ଧା ଢିଙ୍କିର ବ୍ୟବହାର ନାହିଁ। ଅଥଚ ଏକଦା ଢିଙ୍କି ଥିଲା ସବୁ ଗ୍ରାମରେ ଏକ ନିତ୍ୟ ବ୍ୟବହୃତ ପଦାର୍ଥ। ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୂନା ପ୍ରସ୍ତୁତ କରାଯାଏ। ବିଶେଷ କରି ଘରେ ଘରେ ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଢିଙ୍କିର ଆବଶ୍ୟକତା ଥିଲା ସବୁଠାରୁ ଅଧିକ। ଯୋଗୀ ସମ୍ପ୍ରଦାୟ ସମ୍ପର୍କରେ କେହି କେହି ଶୁଣିଥିବେ। ଏମାନେ ମଧ୍ୟ ଆଉ ଆଜିକାଲି ନାହାନ୍ତି କହିଲେ ଚଳେ। ଯୋଗୀମାନେ ଆଗକାଳରେ ଘରଘର ବୁଲି ଚାଉଳ ଭିକ୍ଷା କରି ଚଳୁଥିଲେ। ସେମାନଙ୍କର ଜମିବାଡ଼ି ବୋଲି କିଛି ନଥିଲା। ଜମି ନ ଥିବାରୁ ଧାନ ସହ ତାଙ୍କର କାରବାର ମଧ୍ୟ ନ ଥିଲା। ଅତଏବ ସେମାନଙ୍କର ଘର ଥିଲେ ବି ଢିଙ୍କିର ଆବଶ୍ୟକତା ରହେ ନାହିଁ। ସେଥିପାଇଁ ଓଡ଼ିଆରେ ଏଇ କଥାଟି ସେଇ କ୍ଷେତ୍ରରେ କୁହାଯାଏ ଯେଉଁଠି ନ ମିଳିବା ସ୍ଥାନରେ କୌଣସି ବସ୍ତୁ ବା ପଦାର୍ଥ ଖୋଜିବାର ପ୍ରୟାସ କରାଯାଏ।
କଥା ଫରୁଆ : ଯୋଗୀଘର ଢିଙ୍କି
/sambad/media/post_attachments/wp-content/uploads/2020/09/dhinki-n.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)