କଥା-ଫରୁଆ : ‘‘ବେଠି କରି ବୋଲଣା’’

ଏ କଥାଟି ଆଜିକାଲିକା ପରିବେଶରେ ଆଉ ଦେଖିବା ସମ୍ଭବ ନୁହେଁ। ଭାରତର ସ୍ବାଧୀନତା ପୂର୍ବରୁ ଯେଉଁ ଗଡ଼ଜାତ ରାଜାମାନେ ବିଭିନ୍ନ ଗଡ଼ଜାତ ରାଜ୍ୟମାନଙ୍କରେ ଶାସନ କରୁଥିଲେ ସେମାନେ କିଛି ପାରିଶ୍ରମିକ ନ ଦେଇ ଲୋକମାନଙ୍କୁ ଜୋର ଜବରଦସ୍ତ କାମରେ ଖଟାଉଥିଲେ। ଏହାକୁ କୁହାଯାଉଥିଲା ‘ବେଠି’। ଆଉ ରାଜା ନାହାନ୍ତି କି ବେଠି ମଧ୍ୟ ନାହିଁ। ହେଲେ କୌଣସି ପାଉଣା ନ ନେଇ ଯେତେବେଳେ ଜଣେ ବ୍ୟକ୍ତି ସ୍ବତଃପ୍ରବୃତ୍ତ ଭାବେ ଗୋଟିଏ କାମ କରେ ଓ ସେଥିପାଇଁ ନିନ୍ଦା ଶୁଣେ, ତା’କୁ କୁହାଯାଏ ବେଠି କରି ବୋଲଣା। ‘ବୋଲଣା’ର ଅର୍ଥ ହେଉଛି ନିନ୍ଦା। ‘ବେଠି’ ହେଉଛି ବିନା ପାରିଶ୍ରମିକରେ ଜୋର୍‌ ଜବରଦସ୍ତ କାମ ଆଦାୟ।

ସମ୍ବନ୍ଧିତ ଖବର