ଗୋଟିଏ ଗାଁରେ ଜଣେ ଚାଷୀ ଥିଲେ। ଚାଷକାମ କରିବା ସହ ସେ ଘରେ କିଛି ଗାଈ ରଖିଥାଆନ୍ତି। ଗାଈମାନଙ୍କ ସହ ଥାଏ ଗୋଟିଏ ମଇଁଷି ଓ ଗୋଟିଏ ଛେଳି। ପ୍ରତିଦିନ ସକାଳେ ଗାଈ, ମଇଁଷି ଓ ଛେଳି ଗାଁ ପାଖ ପଡ଼ିଆକୁ ଘାସ ଚ‌ରିବାକୁ ଯାଆନ୍ତି। ଗାଈମାନେ ଗୋଟିଏ ଦଳ ହୋଇ ଘାସ ଚରୁଥିବା ବେଳେ ମଇଁଷି ଓ ଛେଳି ସେମାନଙ୍କଠାରୁ ଟିକିଏ ଦୂରରେ ଅଲଗା ହୋଇ ଘାସ ଖାଆନ୍ତି। ମଇଁଷି ଯୁଆଡ଼େ ଯାଏ ଛେଳି ତା’ ପାଖେ ପାଖେ ଥାଏ। ଦୁହିଁଙ୍କ ଭିତରେ ଭାରି ବନ୍ଧୁତା। ଯେଉଁ ପଡ଼ିଆରେ ସେମାନେ ପ୍ରତିଦିନ ଚରନ୍ତି ସେହି ପଡ଼ିଆ ପାଖରେ ଗୋଟିଏ ନଈ ଓ ଆରପାଖରେ ବଡ଼ ଚାଷ ଜମି ଥାଏ।

Advertisment

ଦିନେ ନଈ ପାର ହୋଇ ଆରପଟର ଫସଲ ଖାଇବାକୁ ଦୁହିଁଙ୍କର ମନ ହେଲା। ଦୁହେଁ କଥାବାର୍ତ୍ତା ହୋଇ ନଈର ଆରପାରିକୁ ଗଲେ ଓ କ୍ଷେତରେ ପଶି ମନଭରି ଖାଇବାକୁ ଲାଗିଲେ। ‌େକ୍ଷତର ମାଲିକ ପାଖରେ ନଥାନ୍ତି। ତେଣୁ ଦିହେଁ ନିଶ୍ଚିତ ମନରେ ଖାଉଥାନ୍ତି। ଏତିକିବେଳେ ଛେଳି କହିଲା, ‘‘ମଇଁଷି ଭାଇ ମୋତେ ମେଁ ‌େମଁ କରିବାକୁ ମନକଲାଣି। ମୁଁ ଆଉ ଚୁପ୍‌ ହୋଇ ରହିପାରିବି ନାହିଁ।’’ ମଇଁଷି ଛେଳିକୁ ବୁଝେଇଦେଇ କହିଲା, ‘‘ଚୁପ୍‌ଚାପ୍‌ ଖାଆ। ପାଟିତୁଣ୍ଡ କରନି। ମେଁ ମେଁ କଲେ କ୍ଷେତ ମାଲିକ ପଳେଇ ଆସି‌େବ ଓ ଦୁହିଙ୍କୁ ପିଟି‌େବ।’’ ଛେଳି କହିଲା,‘‘ନାଁ ମଇଁଷି ଭାଇ। ମେଁ ମେଁ କରିବା ତ ମୋର ପ୍ରକୃତି, ମୁଁ କେମିତି ଚୁପ୍‌ ରହିବି।’’ ଏତିକି କହି ଛେଳି ମେଁ ମେଁ କରିବାକୁ ଲାଗିଲା। ଛେଳିର ଶବ୍ଦ ଶୁଣି କ୍ଷେତ ମାଲିକ ଠେଙ୍ଗା ଧରି କ୍ଷେତରେ ଆସି ପହଞ୍ଚି ଗଲେ। ଏକଥା ଦେଖି ଛେଳି ଚୁପ୍‌କିନା କ୍ଷେତରୁ ବାହାରି ପଦାକୁ ପଳାଇଲା। ହେଲେ ମଇଁଷି ଶୀଘ୍ର ଯାଇପାରିଲା ନାହିଁ। କ୍ଷେତମାଲିକଙ୍କଠାରୁ ପୁଳାଏ ମାଡ଼ ଖାଇଲା। ‌େଛଳି ସୁନାପିଲାଟି ପରି ବାହାରେ ଠିଆ ହୋଇଥାଏ। ମଇଁଷି ଏହା ଦେଖି ତା’କୁ ପାନେ ଦେବ ବୋଲି ମନେ ମନେ ସ୍ଥିର କଲା।

ଏତିକିବେଳେ ଆକାଶରେ କଳାହାଣ୍ଡିଆ ମେଘ ଘୋଟେଇ ଆସି ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା। ଚାହୁଁ ଚାହୁଁ ନଈ ପାଣିରେ ଭରିଗଲା। ଛେଳି ମଇଁଷି ପିଠିରେ ବସିଲା, ମଇଁଷି ପହଁରିବା ଆରମ୍ଭ କଲା। ମଝି ନଈରେ ଛେଳିକୁ ଉଚିତ ଶିକ୍ଷା ଦେବା ପାଇଁ ମଇଁଷି କହିଲା, ‘‘ମୋର ପାଣିରେ ଟିକେ ବୁଡ଼ିବାକୁ ମନ ହଉଛି। ତୁ ତ ଜାଣୁ ପାଣିରେ ବୁଡ଼ିବା ମୋର ବହୁତ ପସନ୍ଦ। ଛେଳି କାନ୍ଦି କାନ୍ଦି କହିଲା, ‘‘ନାଇଁ ମଇଁଷି ଭାଇ ତମେ ଯଦି ପାଣିରେ ବୁଡ଼ିଯିବ ତାହାହେଲେ ମୋର ଅବସ୍ଥା କ’ଣ ହେବ?’’ ମଇଁଷି କହିଲା, ‘‘ କ୍ଷେତରେ ଫସଲ ଖାଇବାବେଳେ ମେଁ ମେଁ ନ କରିବାକୁ କହିଥିଲି ତୁ କ’ଣ ଶୁଣିଥିଲୁ କି? ତୋ ପାଇଁ ମୁଁ କେତେ ମାଡ଼ ଖାଇଲି। ’’ ଏତିକି କହି ମଇଁଷି ନଈ ମଝିରେ ଥିବା ଏକ ଟାପୁରେ ଛେଳିକୁ ଛାଡ଼ିଦେଇ ପାଣିରେ ବୁଡ଼ିବାକୁ ଲାଗିଲା। ଏକଲା ଛେଳି ଛିଡ଼ାହୋଇ କାନ୍ଦିବାକୁ ଲାଗିଲା ଓ ନିଜର ଭୁଲ ବୁଝିଲା।

ଏଣେ ମଇଁଷି ପାଣିରେ କିଛି ବାଟ ପହଁରି ପହଁରି ଆସିଛି କି ନାହିଁ ଭାବିଲା ଛେଳି ତ ତା’ ଭୁଲର ଦଣ୍ଡ ପାଇସାରିଲାଣି। ଯାହା ହେଲେ ବି ସାଙ୍ଗ। ଏକଥା ଚିନ୍ତା କରି ତା’ ପାଖକୁ ଗଲା ଏବଂ ତାକୁ ନେଇ ଘରକୁ ଫେରିଲା।

ମୀରାହୋଟେଲ ପଛପଟ, ବରଗଡ଼-୨୮