‘ଗଡ୍ଡଳ’ କହିଲେ ମେଣ୍ଢା, ମେଷ ବା ଗାରଡ଼ ଏବଂ ଗଡ୍ଡାଳିକା କହିଲେ ମେଷପଲର ଆଗରେ ଯାଉଥିବା ମେଷୀ ବା ମେଣ୍ଢୀ। ଅବିଚ୍ଛିନ୍ନ ଗତିରେ ଧାଇଁବା ଜଳଧାରାକୁ ମଧ୍ୟ ଆମେ ଗଡ୍ଡାଳିକା ଧାରା ବୋଲି କହିଥାଉ। ମାତ୍ର ଗଡ୍ଡାଳିକା ନ୍ୟାୟ ବା ଗଡ୍ଡାଳିକା ପ୍ରବାହ ନ୍ୟାୟ ଆମକୁ ବିଶେଷ ବାର୍ତ୍ତା ଦିଏ। ସାଧାରଣରେ ମେଣ୍ଢାପଲ ଗଲାବେଳେ ଗୋଟିଏ ମେଣ୍ଢୀ ଆଗେ ଆଗେ ଧାଏଁ। ଯାଉ ଯାଉ ଯଦି ସେ କେଉଁଠି ଖାଲରେ ବା ପାଣିରେ ପଡ଼ିଯାଏ ତେବେ ତା’ ପଛରେ ଯାଉଥିବା ପଲକଯାକ ଗଦଗାଦ ହୋଇ ସେଠାରେ ପଡ଼ନ୍ତି। କେହି ନିଜର ବୁଦ୍ଧି ଖଟାନ୍ତି ନାହିଁ। ଅତଏବ କୌଣସି ମୁଖିଆ ଲୋକ ଯେଉଁଁ କାର୍ଯ୍ୟ କରନ୍ତି ତାହାକୁ ନ ବୁଝି ନ ଶୁଝି ଅନ୍ୟମାନେ ସେହି କଥା କରିବାକୁୁ କୁହାଯାଏ ଗଡ୍ଡାଳିକା ନ୍ୟାୟ, ମାନେ ମେଣ୍ଢାପଲ-ବୁଦ୍ଧି। ଏଇ କଥାଟି ଆମ ଓଡ଼ିଆ ଭାଷାରେ ଏକ ପ୍ରସିଦ୍ଧ ପ୍ରୟୋଗ କହିଲେ କିଛି ଭୁଲ ହେବ ନାହିଁ।
କଥା-ଫରୁଆ : ‘‘ଗଡ୍ଡାଳିକା ପ୍ରବାହ ନ୍ୟାୟ’’
/sambad/media/post_attachments/wp-content/uploads/2020/11/katha-farua-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)