ସାରା ଓଡ଼ିଶାରେ ଗାଆଁ ଗହଳରୁ ଆରମ୍ଭ କରି ସହରବଜାର ଯାଏ ଏ କଥାଟି ଶୁଣିବାକୁ ମିଳେ। କଥା କଥାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତମାନେ ମଧ୍ୟ ଏ କଥା-ଫରୁଆର ଉପଯୋଗ କରନ୍ତି। ଏଇଠି ମନେ ରଖିବା ଦରକାର ଯେ ଯେଉଁ କଥା ବା ଅଭିବ୍ୟକ୍ତିରେ ଫରୁଆ ଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅର୍ଥ ଲୁଚି ରହିଥାଏ ତାହା ହିଁ କଥା-ଫରୁଆ। ପୁରୁଣା ଓଡ଼ିଆ ଚଳଣିରେ ଆମେ ତା’କୁ କହୁ ରୁଢ଼ି ପ୍ରୟୋଗ। ଏଠାରେ କାଣୀ ବିରାଡ଼ିଟି ବିଚରା ଗୋଟିଏ ଆଖି ହରେଇଥିବାରୁ ସହଜରେ ମୂଷା ମାରି ଖାଇ ପାରେ ନାହିଁ। ମୂଷା ତା’ର ଅସଲ ଖାଦ୍ୟ। ଅତଏବ ଛୋଟ ଅସରପା ଦେଖିଲେ ସେ ମାଡ଼ିବସି ଖାଏ ଓ ପେଟପୂରାଏ। ତେଣୁ କୌଣସି ନିପାରିଲା ଲୋକଦ୍ବାରା ଆଉ କେଉଁ ଅଧିକ ନିପାରିଲା ଲୋକ ଦଣ୍ଡିତ ହେଲେ କୁହାଯାଏ- ‘‘କାଣୀ ବିରାଡ଼ି କୁଜି ଅସରପା ଉପରକୁ ଟାଣ ଦେଖାଉଛି’’।
କଥା-ଫରୁଆ : ‘‘କାଣୀ ବିରାଡ଼ି କୁଜୀ ଅସରପା ଉପରକୁ ଟାଣ ଦେଖାଇବା’’
/sambad/media/post_attachments/wp-content/uploads/2020/09/cat.jpg)