ଟେନ୍ର କିଛି ଗବେଷକ ଏବେ ମହୁମାଛିର ମସ୍ତିଷ୍କ ଉପରେ ଗବେଷଣା ଚଳାଇଛନ୍ତି। ସେମାନେ କିପରି କାର୍ଯ୍ୟ କରନ୍ତି, ତାହାର ବିଶ୍ଲେଷଣ କରାଯାଉଛି। ଖାସ୍ କରି ସେମାନେ କିପରି ଯାତ୍ରା କରନ୍ତି, କ’ଣ ପାଇଁ ସେମାନେ ପରସ୍ପର ସହିତ ଧକ୍କା ଲାଗନ୍ତି ନାହିଁ, ସେମାନେ ରାସ୍ତା କେମିତି ଚିହ୍ନନ୍ତି ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି। ଏଥିପାଇଁ ଗବେଷକମାନେ କିଛି ମହୁମାଛିଙ୍କ ଦେହରେ ଏକ କ୍ଷୁଦ୍ର ଆଣ୍ଟିନା ଲଗାଇ ଦେଇଥିଲେ। ଏହାପରେ ସେମାନଙ୍କୁ ଏକ ଲ୍ୟାବ୍ ଭିତରେ ଛଡ଼ାଯାଇଥିଲା ଯେଉଁଠାରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରି ବାହ୍ୟ ପ୍ରକୃତି ଭଳି ପରିବେଶ ସୃଷ୍ଟି କରାଯାଇଥିଲା।
ସେହି ଲ୍ୟାବ୍ ଭିତରେ ମହୁମାଛିମାନେ କିପରି ଗତି କରୁଛନ୍ତି ତାହାକୁ ଅନୁଧ୍ୟାନ କରାଯାଇଥିଲା। ମହୁମାଛିଙ୍କ ମସ୍ତିଷ୍କର ଆକାର ହେଉଛି ଏକ ଆଲପିନ୍ର ଅଗ୍ରଭାଗ ଭଳି। ତା’ର ମସ୍ତିଷ୍କରେ ଏକ ନିୟୁତ କୋଷିକା ଥିଲାବେଳେ ମଣିଷର ମସ୍ତିଷ୍କରେ ଶହ ଶହ କୋଟି କୋଷିକା ଅଛନ୍ତି। ତେଣୁ ମହୁମାଛିମାନେ ଏତେ ଛୋଟ ମସ୍ତିଷ୍କର ବ୍ୟବହାର କରି କେମିତି ଏତେସବୁ କାମ କରୁଛନ୍ତି, ତାହା ଜାଣିବାକୁ ଉଦ୍ୟମ କରାଯାଉଛି। ଆଗାମୀ ଦିନରେ ଚାଳକବିହୀନ ଗାଡ଼ିର ଷ୍ଟିୟରିଂ ଓ ଡ୍ରୋନ୍ ନିର୍ମାଣରେ ଏହା ଖୁବ୍ ସହାୟକ ହେବ।