ସାପ, ବେଙ୍ଗ, କଇଁଛ ପରି ଅନେକ ଜୀବଙ୍କ ଆୟୁ ଏବେ କମିବାରେ ଲାଗିଛି। ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ଅଧିକାଂଶ ସରୀସୃପ ଏବଂ ଉଭୟଚର ପ୍ରାଣୀଙ୍କ ଜୀବନକାଳ ଏବେ ହ୍ରାସ ପାଇଛି। ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁ ଏପରି ହେଉଛି। ବେଲଫାଷ୍ଟ୍ସ୍ଥିତ କୁଇନସ୍ ୟୁନିଭରସିଟି ଏବଂ ତେଲ ଅଭିଭ୍ ୟୁନିଭରସିଟିର ପ୍ରାୟ ୪,୧୦୦ ଜୀବଙ୍କ ଉପରେ ଗବେଷଣା କରିବା ପରେ ସେ ଏହି ରିପୋର୍ଟ ଦେଇଛନ୍ତି। ବିଶ୍ବ ତାମମାତ୍ରା ଯେତେ ବୃଦ୍ଧି ପାଉଛି ତାହା ଯୋଗୁ ଏହି ଶ୍ରେଣୀର ଜୀବମାନଙ୍କର ସମସ୍ୟା ବଢ଼ୁଛି। ସେମାନଙ୍କ ଦେହର ରକ୍ତ ଅପେକ୍ଷାକୃତ ଶୀତଳ ହୋଇଥିବାରୁ ବଞ୍ଚି ରହିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପରିବେଶର ତାପମାତ୍ରା ସହ ଜୀବଙ୍କ ଆୟୁର ସମ୍ପର୍କ ଥିବାର ପ୍ରମାଣିତ ହୋଇଛି। ଯଦି ପରିବେଶର ତାପମାତ୍ରା ଅଧିକ ଥିବ , ତାହାହେଲେ ଜୀବଙ୍କ ଦେହର ପ୍ରକ୍ରିୟା ତୀବ୍ର ହୋଇଯିବ ଯାହା ସେମାନଙ୍କ ଆୟୁକୁ ପ୍ରଭାବିତ କରିବ। ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ବରେ ଅନେକ ଜୀବ ବିଲୁପ୍ତ ହୋଇଯାଉଛନ୍ତି।
ଖୋଲା ଝରକା : ହ୍ରାସ ପାଉଛି ସରୀସୃପଙ୍କ ଜୀବନକାଳ
/sambad/media/post_attachments/wp-content/uploads/2020/11/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)