ଏକ ସପ୍ତାହ ଧରି ଜଙ୍କ୍ ଫୁଡ୍ ଖାଇବା ମସ୍ତିଷ୍କର ଏକ ଅଂଶ ଅଚଳ କରିବା ପାଇଁ ଯଥେଷ୍ଟ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଅଧ୍ୟୟନରେ ସାମିଲ ପ୍ରତିଯୋଗୀ, ଯେଉଁମାନେ ପ୍ରଚୁର ଫାଷ୍ଟ୍ ଫୁଡ୍ ଓ ଉଚ୍ଚ ଚର୍ବିଯୁକ୍ତ ମିଲ୍କଶେକ୍ ଖାଇଥିଲେ, ୭ ଦିନ ପରେ ସେମାନଙ୍କ ଲାଳସା ଆହୁରି ବଢ଼ିଯାଇଥିଲା। ଧୀ ସମ୍ବନ୍ଧୀୟ ପରୀକ୍ଷାରେ ସେମାନେ ଅତି ନିକୃଷ୍ଟ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମସ୍ତିଷ୍କର ହିପ୍ପୋକ୍ୟାମ୍ପସ୍ ନାମକ ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଥିଲା। ଆମେ ଯେତେବେଳେ କୌଣସି ଖାଦ୍ୟ ନ ଖାଇବାକୁ ନିଷ୍ପତ୍ତି ନେଉ ହିପ୍ପୋକ୍ୟାମ୍ପସ୍ ସାଧାରଣତଃ ଅଧିକ ଖାଇବାରୁ ଆମକୁ ଅଟକାଇଥାଏ। କିନ୍ତୁ ଏହା ଯେତେବେଳେ ଠିକ୍ରେ କାମ କରେ ନାହିଁ, ଆମ ସ୍ମୃତି ଅଧିକ ଶକ୍ତିଶାଳୀ ହୋଇଯାଏ। ଫଳରେ ଅଧିକ କେକ୍, ଚକ୍ଲେଟ୍ କିମ୍ବା ଚିପ୍ସ୍ ଆଦି ଜଙ୍କ୍ ଫୁଡ୍ଠାରୁ ଦୂରେଇବାରେ ଆମେ ଅସମର୍ଥ ହେଉ ବୋଲି ଗବେଷକମାନେ କହିଛନ୍ତି। ସ୍ମୃତି ଓ ଭୋକକୁ ନିୟନ୍ତ୍ରିତ କରୁଥିବା ହିପ୍ପୋକ୍ୟାମ୍ପସ୍କୁ ଖରାପ ଖାଦ୍ୟ ଦ୍ରୁତ ବେଗରେ ଅଚଳ କରିଚାଲେ ବୋଲି ପଶୁଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଥିଲା। ଏବେ ପ୍ରଥମ ଥର ମଣିଷ ଉପରେ ଏହାର ଅଧ୍ୟୟନ କରାଯାଇଛି। ଅଷ୍ଟ୍ରେଲିଆର ମାକ୍ବେରି ୟୁନିଭର୍ସିଟିରେ ଏହି ଅଧ୍ୟୟନ ପରିଚାଳିତ ହୋଇଛି।
ଖୋଲା ଝରକା : ମସ୍ତିଷ୍କର କ୍ଷତି କରେ ଜଙ୍କ୍ ଫୁଡ୍
/sambad/media/post_attachments/wp-content/uploads/2020/11/khola-jharaka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)