କୁହାଯାଏ ହସିବା ଏକ ଭଲ ବ୍ୟାୟାମ। ଏହାର ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଆଜିକାଲି ବିଭିନ୍ନ ପାର୍କରେ ଲାଫିଙ୍ଗ୍ କ୍ଲବ୍ ପ୍ରତିଷ୍ଠା କରାଯାଇଛି। ହସିବାଦ୍ବାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏଭଳି ଏକ ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ‘ବୁଦ୍ଧିମତ୍ତା ଓ ହସ’ ଶୀର୍ଷକ ବିଷୟକୁ ନେଇ ଫ୍ରାନ୍ସ୍ର ମନୋବିଜ୍ଞାନୀମାନେ ନିକଟରେ ଏକ ଗବେଷଣା କରିଥିଲେ। ହସକୁ ଦୈନଦିନ ଜୀବନଶୈଳୀରେ ସାମିଲ କରିଥିବା ବ୍ୟକ୍ତିଙ୍କୁ ଗୋଟିଏ ଗ୍ରୁପ୍ରେ ରଖାଯାଇଥିଲା। ଅପରପକ୍ଷରେ ସାଧାରଣ ଜୀବନଯାପନ କରୁଥିବା କିଛି ବ୍ୟକ୍ତିଙ୍କୁ ନେଇ ଆଉ ଏକ ଗ୍ରୁପ୍ ଗଠନ କରାଯାଇଥିଲା। ସେମାନଙ୍କର ବୁଦ୍ଧିମତ୍ତା କିପରି ରହୁଛି ତାହା ତନ୍ନତନ୍ନ କରି ପରୀକ୍ଷା କରିଥିଲେ ମନୋବିଜ୍ଞାନୀମାନେ। ପରିଶେଷରେ ଯେଉଁମାନେ ଅଧିକାଂଶ ସମୟ ହସୁଥିଲେ ସେମାନଙ୍କର ବୁଦ୍ଧିମତ୍ତା ଅନ୍ୟମାନଙ୍କ ତୁଳନାରେ ପ୍ରଖର ଥିବାର ସେମାନେ ଜାଣିବାକୁ ପାଇଥିଲେ। ତେଣୁ ମନୋବିଜ୍ଞାନୀମାନେ ହସକୁ ବ୍ୟାୟାମ ତାଲିକାରେ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଖୋଲା ଝରକା : ହସ ବଢ଼ାଏ ବୁଦ୍ଧିମତ୍ତା
/sambad/media/post_attachments/wp-content/uploads/2020/12/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)