ଖୋଲା ଝରକା : ଦରୱେଜେ ଗ୍ୟାସ୍‌ କ୍ରେଟର୍‌

ତୁର୍କିମେନ୍‌ସ୍ତାନ୍‌ର ଦର‌େୱଜେ ଗ୍ରାମ ନିକଟରେ ରହିଛି ୬୯ ମିଟର ଓସାରର ଏକ ଗହ୍ବର। ବିଗତ ୪୦ ବର୍ଷ ହେବ ଏ ଗହ୍ବରରେ ଅସୀମ ଅଗ୍ନି ପ୍ରଜ୍ଜ୍ବଳିତ ହେଉଛି। ଏହାର ଗଭୀରତା ପାଖାପାଖି ୯୮ ଫୁଟ୍‌ ହେବ। ଏଥିରେ ଅସୀମିତ ଭାବେ ଅଗ୍ନି ଜଳୁଥିବା ଯୋଗୁ ମାଟି ଫୁଟୁଥିବା ଦେଖିବାକୁ ମିଳିଥାଏ। ସେଥିପାଇଁ ଏ ଗହ୍ବରକୁ ସେଠାକାର ଗ୍ରାମବାସୀମାନେ ନର୍କକୁ କବାଟ ବୋଲି ନାମ ଦେଇଛନ୍ତି। ବାସ୍ତବରେ ଏ ସ୍ଥାନଟି ସୋଭିଏତ୍‌ ବୈଜ୍ଞାନିକଙ୍କଦ୍ବାରା ଏକ ତେଲ ଅଞ୍ଚଳ ହୋଇଥିବା ଅନୁମାନ କରାଯାଇଥିଲା। ୧୯୭୧ ମସିହାରେ ସେମାନେ ଏଠାରେ ତେଲ ବାହାର କରିବା ପାଇଁ ଖୋଳିବା ଆରମ୍ଭ କରିଥିଲେ କିନ୍ତୁ ଖୋଳି ଖୋଳି ଚାଲିଥିବାବେଳେ ଏ ମାଟିରେ ଥିବା ମିଥେନ୍‌ ଗ୍ୟାସ୍‌ ବାହାରି ଥିଲା ଯାହା ଏହା ପାଖରେ ଥିବା ଗ୍ରାମବାସୀଙ୍କ ପାଇଁ କ୍ଷତିକାରକ ହୋଇଥାଆନ୍ତା। ତେଣୁ ବୈଜ୍ଞାନିକମାନେ ଏହାର ଖୋଳାଖୋଳି ବନ୍ଦ କରିଦେଲେ। ପରେ ଏ ଗ୍ୟାସ୍‌କୁ ବାହାରକୁ ନ ବାହାରିବା ପାଇଁ ଉପାୟ ଭାବି ସେମାନେ ଏଥିରେ ନିଆଁ ଲଗାଇଥିଲେ। ସେମାନେ ଭାବିଥିଲେ ଯେ ସପ୍ତାହକ ମଧ୍ୟରେ ସମସ୍ତ ଗ୍ୟାସ୍‌ ଜଳି ସରିଯିବ। ହେଲେ ସେଭଳି କିଛି ନ ହୋଇ ଆଜିପର୍ଯ୍ୟନ୍ତ ନିଆଁ ଜଳିଚାଲିଛି।

ସମ୍ବନ୍ଧିତ ଖବର