ଭାରତର ଡାକସେବା ବିଶ୍ବରେ ସବୁଠୁ ବୃହତ୍। ୨୦୧୮ର ତଥ୍ୟ ଅନୁଯାୟୀ ସାରା ଦେଶରେ ୧ଲକ୍ଷ ୫୫ ହଜାର ୬୧୮ ଡାକଘର ରହିଛି। ଏଥିରେ ସାଢ଼େ ୫ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏସବୁ ଡାକଘରକୁ ୨୩ଟି ସର୍କଲରେ ଭାଗ କରାଯାଇଛି। ଭାରତରେ ଏମିତି ଏକ ଡାକଘର ହିମାଚଳ ପ୍ରଦେଶ ହିକ୍କିମ୍ରେ ଅଛି, ଯାହା ସମୁଦ୍ର ପତ୍ତନଠାରୁ ୧୪ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ। ଭାରତର ଡାକସେବା କେନ୍ଦ୍ର ସରକାର ପରିଚାଳନା କରନ୍ତି। ଏହି ବ୍ୟବସ୍ଥା ଇଂରେଜ ଅମଳରେ ୧୮୫୪ରେ ଆରମ୍ଭ ହୋଇଥିଲା। ଭାରତରେ ପ୍ରଥମଥର ପାଇଁ ଚିଠିପତ୍ର ୧୮ ଫେବୃଆରି ୧୯୧୧ରେ ଆକାଶମାର୍ଗରେ ପରିବହନ କରାଯାଇଥିଲା। ପ୍ରଥମ ଡାକ ବିମାନରେ ୬ହଜାର ଚିଠି ଆଲାହାବାଦ୍ରୁ ନୈନି ଯାଇଥିଲା। ଭାରତରେ ଜୁଲାଇ ୧୮୫୨ରେ ପ୍ରଥମେ ଚିଠି ଉପରେ ଅଠାଲଗା ଷ୍ଟାମ୍ପ୍ ବ୍ୟବହାର ହୋଇଥିଲା। ହେଲେ ଏହା କେବଳ ସିନ୍ଧ୍ରେ ପ୍ରଚଳିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୮୫୪ରେ ସାରା ଦେଶରେ ପୋଷ୍ଟାଲ୍ ଷ୍ଟାମ୍ପ୍ର ବ୍ୟବହାର ବାଧ୍ୟତାମୂଳକ ହୋଇଥିଲା। ଚିଠିପତ୍ର ଆଦାନପତ୍ର ବ୍ୟବସ୍ଥାକୁ ସହଜ କରିବା ପାଇଁ ପିନ୍ର ବ୍ୟବହାର ୧୫ ଅଗଷ୍ଟ ୧୯୭୨ରେ ଆରମ୍ଭ ହୋଇଥିଲା। ପିନ୍ର ପୂରାନାମ ପୋଷ୍ଟାଲ୍ ଇନ୍ଡେକ୍ସ୍ ନମ୍ବର। ଏହା ୬ ଅଙ୍କ ବିଶିଷ୍ଟ। ଏହାର ପ୍ରଥମ ଅଙ୍କ ଜୋନ୍କୁ ବୁଝାଏ। ପ୍ରଥମ ଦୁଇଅଙ୍କ ସବ୍ ଜୋନ୍କୁ ବୁଝାଏ। ପ୍ରଥମ ତିନି ଅଙ୍କ ଜିଲ୍ଲାକୁ ବୁଝାଏ। ଶେଷ ତିନି ଅଙ୍କ ପଠାଯାଉଥିବା ଡାକଘରର ସଙ୍କେତ ଦିଏ। ଯେଉଁଥିପାଇଁ ଚିଠିପତ୍ର କେଉଁଠିକୁ ଯିବ, କେଉଁ ରାଜ୍ୟକୁ ଯିବ ତାହା ଜାଣିବା ଡାକ କର୍ମଚାରୀଙ୍କ ପାଇଁ ସହଜ ହୋଇଥାଏ।