ଜଳବାୟୁ ପରିବର୍ତ୍ତନ ପଶୁପକ୍ଷୀଙ୍କ ଶରୀରର ଆକାରକୁ ଏବେ ସଙ୍କୁଚିତ କରୁଛି। ୧୯୭୬ ଓ ୧୯୯୯ ମଧ୍ୟରେ ଦୀର୍ଘ ବର୍ଷ ଧରି ଗବେଷକମାନେ ସଂଗ୍ରହ କରିଥିବା ତଥ୍ୟରୁ ଏହା ପ୍ରମାଣିତ ହୋଇଛି। କେପ୍ ଟାଉନ୍ ୟୁନିଭର୍ସିଟିର ଗବେଷକମାନେ ଦକ୍ଷିଣ ଆଫ୍ରିକାର ୱେଷ୍ଟ୍ଭିଲ୍ଲେସ୍ଥିତ ପାଲମିଟ୍ ନଦୀ ଆଖପାଖରେ ଦେଖାଯାଉଥିବା ମାଉେଣ୍ଟନ୍ ୱାଗ୍ଟେଲ୍ସ( ଏକ ପ୍ରକାର ପକ୍ଷୀ)ର ଓଜନ ପରିବର୍ତ୍ତନ ଉପରେ ଅଧ୍ୟୟନ କରିଥିଲେ। ପୃଥିବୀ ଓ ତା’ର ପାରିପାର୍ଶ୍ବିକ ସ୍ଥିତି ଉପରେ ଜଳବାୟୁ ପରିବର୍ତ୍ତନର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି। ବିଗତ ଶହେ ବର୍ଷରେ ବିଶ୍ବ ତାପମାତ୍ରା ପ୍ରାୟ ଏକ ଡିଗ୍ରି ସେଲ୍ସିୟସ୍ ବୃଦ୍ଧି ପାଇଛି। ମାଉେଣ୍ଟନ୍ ୱାଗ୍ଟେଲ୍ସର ଅବଶେଷ ରେକର୍ଡରୁ ଜଣାପଡ଼ିଲା, ବିଗତ ଦିନର ବିଶ୍ବ ତାପନ ସମୟରେ ଉଭୟ ଜଳଚର ଓ ଭୂମିରେ ବିଚରଣ କରୁଥିବା ପଶୁପକ୍ଷୀ ଅପେକ୍ଷାକୃତ ଛୋଟ ହୋଇଛନ୍ତି। କ୍ଷୁଦ୍ରତମ ପଶୁପକ୍ଷୀଙ୍କ ତୁଳନାରେ ବୃହତ୍ ପଶୁପକ୍ଷୀ ଥଣ୍ଡା ଜଳବାୟୁ ସହ୍ୟ କରିପାରନ୍ତି। ତେଣୁ ଉଷ୍ମ ଜଳବାୟୁ କ୍ଷୁଦ୍ର ଜନ୍ତୁଙ୍କ ପାଇଁ ଅଧିକ ଅନୁକୂଳ ବୋଲି ବୋଲି କେପ୍ ଟାଉନ୍ ୟୁନିଭର୍ସିଟିର ପ୍ରଫେସର ରେସ୍ ଅଲ୍ଟୱେଗ୍ କହିଛନ୍ତି।
ଖୋଲା ଝରକା : ପଶୁପକ୍ଷୀଙ୍କ ଆକାର କମୁଛି
/sambad/media/post_attachments/wp-content/uploads/2020/08/birds.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)