ଖୋଲା ଝରକା : ମାତୃଭାଷା କହୁଥିବା ପିଲା ଅଧିକ ମେଧାବୀ

ବ୍ରିଟେନ୍‌ ୟୁନିଭର୍ସିଟି ଅଫ୍‌ ରିଡିଙ୍ଗ୍‌ର ଗବେଷକମାନେ ଗବେଷଣା ଦ୍ବାରା ଜାଣିପାରିଛନ୍ତି ଯେ, ଯେଉଁ ପିଲା ସ୍କୁଲ୍‌ରେ ପୃଥକ୍‌ ପୃଥକ୍‌ ଭାଷାରେ କହନ୍ତି ଓ ପରିବାର ସହ ଘରେ ନିଜ ଭାଷାରେ କଥା ହୁଅନ୍ତି, ସେମାନେ ଉତ୍ତମ ବୁଦ୍ଧିମତ୍ତା ସମ୍ପନ୍ନ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଏହି ସର୍ଭେରୁ ଇଂରାଜୀ କହୁଥିବା ପିଲାଙ୍କ ତୁଳନାରେ ଦୁଇଟି ଭାଷାରେ କଥାବାର୍ତ୍ତା କରୁଥିବା ପିଲାମାନେ ଅଧିକ ବୁଦ୍ଧିମାନ ବୋଲି ଜଣାପଡ଼ିଥିଲା। ନିଜ ଘରେ ମାତୃଭାଷାରେ ଶିକ୍ଷା ପାଇଁ ପିଲାଙ୍କୁ ଯଦି ପ୍ରୋତ୍ସାହନ ଦିଆଯାଏ, ତେବେ ସେମାନେ ନୂଆ ନୂଆ କଥା ଶିକ୍ଷା କରି ବୁଦ୍ଧିର ବିକାଶ କରିପାରନ୍ତି ବୋଲି ଡେଲର୍‌ କହିଛନ୍ତି। ଦୁଇଟି ଭାଷାରେ ଦକ୍ଷତା ହାସଲ କରିବା ଦ୍ବାରା ଏହାର ସକାରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ ବୋଲି ଗବେଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର