ଖୋଲା ଝରକା : ସବୁଠୁ ବଡ଼ ପରମାଣୁ ବୋମା

ଅନେକ କିଛି ବଡ଼ କରିବା ନିଶାରେ ମଣିଷ ଏପରି କିଛି ଜିନିଷ ତିଆରି କରିଦିଏ ଯାହାର କୌଣସି ଆବଶ୍ୟକତା ବା ବ୍ୟବହାର ହୋଇନଥାଏ। ଅତୀତରେ ମଧ୍ୟ ସେହିପରି ଏକ ଅଦ୍ଭୁତ ଜିନିଷର ନିର୍ମାଣ ହୋଇଥିଲା। ସୋଭିଏତ୍‌ ରୁଷ୍‌ ଶୀତଳ ଯୁଦ୍ଧ ସମୟରେ ଏପରି ଏକ ପରମାଣୁ ବୋମା ତିଆରି କରିଥିଲା ଯାହାର ବ୍ୟବହାର ହେବା ଏକପ୍ରକାର ଅସମ୍ଭବ ଥିଲା। ଘଟଣାଟି ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପର କଥା। ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇ ନିଜର ଆଧିପତ୍ୟ ସାରା ବିଶ୍ବକୁ ଦେଖାଇଦେଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବାପରେ ଆମେରିକା ଓ ସୋଭିଏତ୍‌ ରୁଷ୍‌ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଉଭୟ ଦେଶ ପରଷ୍ପରଠାରୁ ଆଉ ପାଦେ ଆଗରେ ରହିବା ପାଇଁ ଗୋଟିଏ ପରେ ଗୋଟିଏ ଅସ୍ତ୍ର ତିଅ‌ାରି କରିବାକୁ ଲାଗିଲେ। ପରମାଣୁ ବୋମା ମାମଲାରେ ଆମେରିକାଠାରୁ ରୁଷ୍‌ ପଛରେ ଥିଲା ସତ କିନ୍ତୁ ରୁଷ୍‌ ଏପରି ଏକ ବୋମା ତିଆରି କରିବାକୁ ଚାହିଁଲା ଯାହା ବିଶ୍ବର ସବୁଠୁ ବଡ଼ ଅସ୍ତ୍ର ହେବ।

ରୁଷ୍‌ର ପରମାଣୁ ବୈଜ୍ଞାନିକ ଆଣ୍ଡ୍ରେଇ ସବାରୋଭ୍‌ ୭୦ ଦଶକ ବେଳକୁ ଏପରି ଏକ ବମ୍‌ ତିଆରି କରିଦେଲେ। ଏହାର ନାଁ ରହିଲା ଜାର୍‌ ବମ୍‌। ଜାର୍‌ ହେଉଛି ରୁଷ୍‌ ରାଜାଙ୍କ ଉପାଧି। ଏହା ଏପରି ଏକ ବୃହତ୍‌ ବୋମା ଥିଲା ଯେ, ଏଥିପାଇଁ ବିଶେଷଧରଣର ଲଢ଼ୁଆ ଜାହାଜ ତିଆରି କରାଗଲା। ଏହି ବୋମାର ଲମ୍ବ ୮ ମିଟର ଥିବାବେଳେ ଚଉଡ଼ା ୨.୬ ମିଟର ଓ ଓଜନ ୨୭ ଟନ୍‌ରୁ ଅଧିକ ଥିଲା। ଏହାର ଗୋଟିଏ ବଡ଼ ସହରକୁ କ୍ଷଣିକ ଭିତରେ ଧ୍ବଂସ କରିବାର କ୍ଷମତା ଥିଲା। ଶେଷରେ ଏହାକୁ ନଷ୍ଟ କରିଦିଆଗଲା ଏବଂ ଏପରି ବୋମା ତିଆରି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା।

ସମ୍ବନ୍ଧିତ ଖବର