ସାଧାରଣତଃ କିଡ୍ନି ସମସ୍ୟା ଭୋଗୁଥିବା ଲୋକ ଡାଏଲିସିସ୍ ବା ରକ୍ତ ବିଶୋଧନ କରାଇଥାଆନ୍ତି। ଏହା ଏକ ଦୀର୍ଘ ପ୍ରକ୍ରିୟା। ରୋଗୀଙ୍କୁ ଶଯ୍ୟାରେ ଶୋଇ ଏହି ପ୍ରକ୍ରିୟା କରିବାକୁ ପଡ଼ିଥାଏ। ଫଳରେ ସମୟ ଅପଚୟ ହୋଇଥାଏ। ଏହି ସମସ୍ୟାକୁ ସମାଧାନ କରିବା ପାଇଁ କାଲିଫର୍ଣ୍ଣିଆର ବୃକକ୍ ବିଶେଷଜ୍ଞ ଭିକ୍ଟୋର୍ ଗୁରା ପିନ୍ଧି ହେଉଥିବା ଡାଏଲିସିସ୍ ମେସିନ୍ ତିଆରି କରିଛନ୍ତି। ଏହାକୁ ରୋଗୀ ଅଣ୍ଟାରେ ବେଲ୍ଟ୍ ଭଳି ବାନ୍ଧି ନିଜ ଦୈନିକ କାର୍ଯ୍ୟ ସହିତ ଡାଏଲିସିସ୍ କରିପାରିବେ। ଆମେରିକାର ୱାସିଂଟନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିକ୍ଟୋର୍ ଏହି ମେସିନ୍ ସମ୍ପର୍କରେ ସୂଚନା ଦେଇଥିଲେ। ଏହାକୁ ସହଜରେ ରୋଗୀ ଜଣଙ୍କ ବିନା କାହା ସାହାଯ୍ୟରେ ପରିଧାନ କରିପାରିେବ। ଏ ନେଇ ଇତିମଧ୍ୟରେ ୧୫ ଜଣ କିଡ୍ନି ସମସ୍ୟା ଭୋଗୁଥିବା ରୋଗୀଙ୍କ ଉପରେ ଏହା ପରୀକ୍ଷାମୂଳକ ପ୍ରୟୋଗ କରାଯାଇଛି। ଏହାର ଫଳାଫଳ ବେଶ୍ ଉତ୍ସାହଜନକ ଥିବା ରୋଗୀ ଓ ଡାକ୍ତରମାନେ କହିଛନ୍ତି।
ଖୋଲା ଝରକା : ପିନ୍ଧି ହେଉଥିବା ଡାଏଲିସିସ୍ ମେସିନ୍
/sambad/media/post_attachments/wp-content/uploads/2021/01/khola-jharaka-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)