କେତେକ ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ଦେଖାଯାଉଛି। ତେଣୁ ପ୍ରାୟ ଅଧିକାଂଶ ସରକାରଙ୍କ ପକ୍ଷରୁ ଜନସଂଖ୍ୟା ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ତେବେ ମଧ୍ୟପ୍ରେଦଶରେ ରହିଛି ଏଭଳି ଗାଁ ଯାହାର ଲୋକ ସଂଖ୍ୟା ୯୭ ବର୍ଷ ହେଲା ବଢ଼ି ନାହିଁ। ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ରହିଛି ଏହି ଗାଁ। ଏହି ଗାଁରେ ୧୯୨୨ରେ ୧୭୦୦ ଲୋକ ରହୁଥିଲେ। ଏବେ ବି ସେଠାରେ ସମାନ ଲୋକ ବସବାସ କରୁଛନ୍ତି। ୧୯୨୨ ମସିହାରେ ଏହି ଗାଁରେ ଏକ ବୈଠକରେ ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ ଗାଁ ଲୋକଙ୍କୁ ‘ଛୋଟ ପରିବାର, ସୁଖୀ ପରିବାର’ର ମନ୍ତ୍ର ଦେଇଥିଲେ। ଏହା ଧନୋରା ଗାଁର ସମସ୍ତ ଗ୍ରାମବାସୀଙ୍କୁ ବହୁତ ପ୍ରଭାବିତ କରିଥିଲା। ସେତେବେଳେ ଗାଁର ବୟସ୍କମାନେ ଏହି ବାର୍ତ୍ତାକୁ ଭଲ ଭାବେ ବୁଝିଥିଲେ। ଯାହାଫଳରେ ପରବର୍ତ୍ତୀ ପିଢ଼ିକୁ ବୁଝାଇବାରେ ସେମାନେ ସକ୍ଷମ ହୋଇପାରିଥିଲେ। ସେଥିପାଇଁ ଏପର୍ଯ୍ୟନ୍ତ ଜନସଂଖ୍ୟାକୁ ସେମାନେ ନିୟନ୍ତ୍ରଣରେ ରଖିପାରିଛନ୍ତି। ସମସ୍ତଙ୍କର ଗୋଟିଏ ବା ଦୁଇଟି ସନ୍ତାନ ଅଛନ୍ତି। ପୁଅ କିମ୍ବା ଝିଅ ଭିତରେ ପ୍ରଭେଦ ରଖୁ ନ ଥିବାରୁ ସେମାନେ ଖୁସିରେ ଜୀବନଯାପନ କରନ୍ତି।
ଖୋଲା ଝରକା : ୯୭ ବର୍ଷହେଲା ବଢ଼ିନି ଜନସଂଖ୍ୟା
/sambad/media/post_attachments/wp-content/uploads/2021/02/f1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)