ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏ ସମ୍ପର୍କରେ ଗବେଷଣା କରି ଲଣ୍ଡନ୍ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକଥା ଜାଣିପାରିଛନ୍ତି। ଥଣ୍ଡା ମିଜାଜ୍ର କିଛି ବ୍ୟକ୍ତି ପରସ୍ପର ସହ କଥା ହେଲେ ତାହାର ସୁପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ଗବେଷଣା ସମୟରେ ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ସ୍ମରଣ ଶକ୍ତିରେ କି ପ୍ରକାର ଉନ୍ନତି ପରିଲକ୍ଷିତ ହେଉଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ପରସ୍ପର ସହ ଖୁସିର ପରିବେଶ ଭିତରେ କଥାବାର୍ତ୍ତା ଲାଗି ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଆଶର୍ଯ୍ୟଜନକ ଭାବରେ ଏହାଦ୍ବାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହେଉଥିବାର ଉକ୍ତ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଜାଣିପାରିଥିଲେ।
ଖୋଲା ଝରକା : ସ୍ମରଣ ଶକ୍ତି ବଢ଼ାଇବାର ନୂଆ ଉପାୟ
/sambad/media/post_attachments/wp-content/uploads/2021/04/s1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)