ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରି। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି ସ୍ତରକୁ ସନ୍ତୁଳିତ ରଖିବା ପାଇଁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼େ। ସନ୍ତୁଳିତ ଖାଦ୍ୟ ଖାଇବା ବ୍ୟତୀତ ଆଉ ଏକ ସରଳ ଉପାୟରେ କ୍ୟାଲେରିକୁ ସନ୍ତୁଳିତ ରଖିହେବ। ତାହା ହେଉଛି ରକ୍ତଦାନ। ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରନ୍ତି ତେବେ ତାଙ୍କ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିଥାଏ। ରକ୍ତଦାନ କରିବା ପୂର୍ବରୁ ସେମାନେ ଏ ନେଇ କେତେ ଫିଟ୍ ତାହା ପରୀକ୍ଷା କରି କ୍ୟାଲୋରି ପରିମାଣ କେତେ ରହୁଛି ତାହାକୁ ପରୀକ୍ଷା କରିବା ପରେ କାଲିଫର୍ନିଆ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପାରିଥିଲେ।
ଖୋଲା ଝରକା : ସନ୍ତୁଳିତ ରହିବ କ୍ୟାଲୋରି
/sambad/media/post_attachments/wp-content/uploads/2021/05/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)