ଯୋଧପୁର ପରି ସ୍ପେନ୍ରେ ମଧ୍ୟ ଏକ ଛୋଟ ପାହାଡ଼ି ଗାଁ ଅଛି ଯାହାକି ନୀଳ ଗାଁ ନାମରେ ପରିଚିତ ହୋଇଛି। ସ୍ପେନ୍ର ଜୁକାର ନାମକ ଏକ ଛୋଟ ଗାଁର ପ୍ରତିଟି ଘରର ରଙ୍ଗ ଗାଢ଼ ନୀଳ। ଆଗରୁ ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଧଳା ରଙ୍ଗ ଥିଲା। କିନ୍ତୁ ୨୦୧୧ ମସିହା ଖରାଦିନରେ ଗାଁର ଦୃଶ୍ୟପଟ୍ଟ ପୂରା ବଦଳିଗଲା। ସୋନି ପିକ୍ଚର୍ସ ଏହାର ଏକ ଫିଲ୍ମ୍ ‘ଦ ସ୍ମର୍ଫସ ୩ଡି’ର କାର୍ଯ୍ୟାରମ୍ଭ ଏହି ଗାଁରେ କରିବାକୁ ଇଚ୍ଛା କରିଥିଲା। ଏହା ଏକ କାର୍ଟୁନ୍ ଫିଲ୍ମ୍। ଯାହାର ପ୍ରତିଟି ଚରିତ୍ର ନୀଳ ରଙ୍ଗର। ସେହି ଅନୁସାରେ ଫିଲ୍ମର ପ୍ରମୋସନ ପାଇଁ ସୋନି ପିକଚର୍ସ ପକ୍ଷରୁ ପ୍ରତିଟି ଘରେ ନୀଳ ରଙ୍ଗ ଦିଆଗଲା। ଜୁକାର୍ର ମୋଟ ୧୭୫ଟି ଘରକୁ ୨୦ ଜଣ ପେଣ୍ଟର୍ ମିଶି ରଙ୍ଗ ଦେଇଥିଲେ। ଏମିତିକି ଚର୍ଚ୍ଚ, ଟାଉନ୍ହଲ୍ ଓ ସମାଧିସ୍ଥଳ ମଧ୍ୟ ନୀଳ ରଙ୍ଗରେ ରଙ୍ଗୀନ କରାଗଲା। ଫିଲ୍ମର ପ୍ରିମିୟର ହେବା ପୂର୍ବରୁ ଏହି ଗାଁଟି ସଂପୂର୍ଣ୍ଣ ନୀଳବର୍ଣ୍ଣ ଧାରଣ କରି ସାରିଥିଲା। ଏହାକୁ ଲୋକେ ନୂଆ ସ୍ମର୍ଫ ଟାଉନ୍ ବୋଲି ମଧ୍ୟ କହିଲେ। ଫିଲ୍ମ୍ ରିଲିଜ୍ ହେଲା ପରେ ସୋନି ପିକ୍ଚର୍ସ ତରଫରୁ ଗାଁର ଘରଗୁଡ଼ିକୁ ପୁଣିଥରେ ଧଳା କରିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଗ୍ରାମବାସୀ ରଙ୍ଗ କରିବାକୁ ମନା କରିଦେଇଥିଲେ। ଧୀରେ ଧୀରେ ଗାଁରେ ପର୍ଯ୍ୟଟକଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି।
ଖୋଲା ଝରକା : ବିଦେଶର ନୀଳ ଗାଁ
/sambad/media/post_attachments/wp-content/uploads/2020/08/blu-village.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)