ଟ୍ରେଡ୍ମିଲ୍ ସାଇକେଲ୍ ନାମକ ଏକ ସାଇକେଲ୍ ପ୍ରସ୍ତୁତ କରାଯାଇଛି। ଏହାକୁ ପେଡାଲ୍ବିହୀନ ସାଇକେଲ୍ର ରୂପ ଦିଆଯାଇଛି। ଏହି ଅଜବ ଡିଜାଇନ୍ ଦ୍ବାରା ଟ୍ରେଡ୍ମିଲ୍ରେ ଚାଲି ଜଣେ ରାସ୍ତା ଅତିକ୍ରମ କରିପାରିବେ। ଡଚ୍ର ବ୍ରୁଇନ୍ ବର୍ଗମିଷ୍ଟର୍ ଏହାକୁ ଡିଜାଇନ୍ କରିଛନ୍ତି। ‘ଲୋପିଫିଟ୍‘ ନାମକ ଏହି ଇେଲକ୍ଟ୍ରିକ୍ ସାଇକେଲ୍ଟି ସ୍କୁଟର, ଇଲେକ୍ଟ୍ରିକ୍ ବାଇକ୍ ଓ ଟ୍ରେଡ୍ମିଲ୍ର ଏକ ମିଶ୍ରଣ।
ଲୋପିଫିଟ୍ର ୱେବ୍ସାଇଟ୍ ଅନୁସାରେ, ଜିମ୍ରେ ପ୍ରଶିକ୍ଷଣ ନେଉଥିବା ସମୟରେ ବାଇକ୍ ନିର୍ମାତା ବର୍ଗମିଷ୍ଟର୍ଙ୍କ ମୁଣ୍ଡକୁ ଧାରଣା ଆସିଲା ଯେ ଟ୍ରେଡ୍ମିଲ୍କୁ ବାହାରେ କିପରି ବ୍ୟବହାର କରାଯାଇପାରିବ। ତା’ପରେ ଏଥିରେ ଚକ ଖଞ୍ଜିବା କଥା ଚିନ୍ତା କଲେ। ଟ୍ରେଡ୍ମିଲ୍କୁ ଯୋଗ କରିବା ପାଇଁ ସାଇକେଲ୍ର ମୋଟର ବ୍ୟବହାର କରାଯାଇଛି, ଯାହା ଫଳରେ ଚାଲିବା ବ୍ୟତୀତ ଆଉ ଅଧିକ କଷ୍ଟ କରିବାକୁ ପଡ଼େ ନାହିଁ। ଟ୍ରେଡ୍ମିଲ୍ରେ ଚାଲିଲେ ସେନ୍ସର୍ ଏହାର ଦିଗ ନିର୍ଣ୍ଡୟ କରେ। ଏହାକୁ ଥରେ ଚାର୍ଜ କଲେ ସାଇକେଲ୍ଟି ୪୮ରୁ ୬୮ କିମି ପର୍ଯ୍ୟନ୍ତ ଯାଇପାରିବ। ଏହାର ମୂଲ୍ୟ ୧ଲକ୍ଷ୬୮ ହଜାର ୩୦୦ ଟଙ୍କା ରଖାଯାଇଛି। ସ୍ବସ୍ଥତା ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହାର ଚାହିଦା ମଧ୍ୟ ବଢ଼ିଛି।