ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି ରହିଛି। ଏହି ଗ୍ରହ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍‌ ୩୫ ସେକେଣ୍ଡ୍‌ ସମୟ ନେଇଥାଏ। ଫଳରେ ମଙ୍ଗଳରେ ପ୍ରତି ୧୨ ଘଣ୍ଟା ଅନ୍ତରାଳରେ ଦିନ ଓ ରାତିର ପରିବର୍ତ୍ତନ ଘଟିଥାଏ। ମଙ୍ଗଳର ପୃଥିବୀ ଭଳି ଏକ ବାୟୁମଣ୍ଡଳ ରହିଛି। ଏହା ଅତି ପତଳା। ପୃଥିବୀ ଭଳି ମଙ୍ଗଳର ଦୁଇ ମେରୁରେ ପ୍ରଚୁର ଜଳ ବରଫ ଆକ‌ାରରେ ଗଚ୍ଛିତ ଅଛି। ମଙ୍ଗଳର ଦୁଇଟି ଛୋଟ ଚନ୍ଦ୍ର ରହିଛି ଯଥା ଡିମସ୍‌ ଓ ଫୋବସ୍‌। ଫୋବସ୍‌ ଆକାରରେ ବଡ଼। ଏହାର ବିସ୍ତୃତି ୧୭ କିଲୋମିଟର ଏବଂ ଏହା ଗ୍ରହଠାରୁ ୫୯୮୯ କିମି ଉର୍ଦ୍ଧ୍ବରେ ରହି ଗ୍ରହକୁ ପରିକ୍ରମା କରିଥାଏ।

Advertisment

ମଙ୍ଗଳ ଗ୍ରହକୁ ଥରେ ପରିକ୍ରମା କରିବା ପାଇଁ ଫୋବସ୍‌କୁ ୭ ଘଣ୍ଟା ୩୯ ମିନିଟ୍‌ ସମୟ ଲାଗିଥାଏ। ସେହିପରି ଡିମସ୍‌ର ସର୍ବାଧିକ ବିସ୍ତୃତି ୧୫ କିମି ଏବଂ ଏହା ଗ୍ରହଠାରୁ ୨୩, ୪୬୦ କିମି ଉପରେ ରହି ଗ୍ରହକୁ ପତି ୩୦ ଘଣ୍ଠାରେ ଥରେ ପରିକ୍ରମା କରିଥାଏ। ଏପର୍ଯ୍ୟନ୍ତ ମନୁଷ୍ୟ ମଙ୍ଗଳ ଗ୍ରହକୁ ସମୁଦାୟ ୧୮ଟି ଅନ୍ତରୀକ୍ଷ ଅଭିଯାନ ପ୍ରେରଣ କରିଛି ଯାହା ମଧ୍ୟରୁ ୯ଟି ସୁରକ୍ଷିତ ଭାବେ ଗ୍ରହ ପୃଷ୍ଠ ଉପରେ ଅବତରଣ କରିଛି। ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେରିକୀ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳକୁ ଏକ ମାନବ ଉପଯୋଗୀ ଅଭିଯାନ ‌ପଠାଇବ ବୋଲି ଆଶା ରଖିଛି।