ଖୋଲା ଝରକା: ଦୂର ହେବ ଟେନ୍‌ସନ୍‌

ଆଜିକାଲି ସମସ୍ତେ ପ୍ରାୟ ଟେନ୍‌ସନ୍‌ରେ ରହୁଛନ୍ତି ମାନେ ଚିନ୍ତାଗ୍ରସ୍ତ ରହୁଛନ୍ତି। ଏହାର ବିଭିନ୍ନ କାରଣ ମଧ୍ୟ ରହିଛି। ଏଥିରୁ ଦୂରରେ ରହିବା ପାଇଁ ପ୍ରଥମେ ନିଜର ମାନସିକତାକୁ ସକାରାତ୍ମକ ରଖିବା ଦରକାର। ଛୋଟ କ’ଣ ବଡ଼ କ’ଣ ସମସ୍ତଙ୍କଠାରେ ଚିନ୍ତା ଦେଖିବାକୁ ମିଳୁଛି। ଆଜିକାଲିର ଜୀବନଶୈଳୀ ସହିତ ଛୋଟପିଲାମାନେ ଖାପ ଖୁଆଇ ପାରୁନାହାନ୍ତି। ଘରର ପରିବେଶ ଯୋଗୁ ମାନସିକ ସ୍ଥିତି ବିଗିଡ଼ିଯାଉଛି। ସେମାନେ ଚିଡ଼୍‌ଚିଡ଼ା ହେଇଯାଉଛନ୍ତି, ରାଗୁଛନ୍ତି। ଏହାର ମୁଖ୍ୟ ହେଉଛି ପରିବାରର ଲୋକମାନଙ୍କ ହାଭଭାବକୁ ନେଇ। ତେଣୁ ସେମାନଙ୍କୁ କିପରି ଏଥିରୁ ଦୂରରେ ରଖାଯାଇପାରିବ ସେଥିପ୍ରତି ନଜର ଦେବା ଆ‌ବଶ୍ୟକ।

ଟେନ୍‌ସନ୍‌ରୁ ଦୂରେଇବାକୁ ହେ‌ଲେ ଭଲ ବିଷୟ ପ୍ରତି ଅ‌ାଗ୍ରହୀ କରିବାକୁ ପଡ଼ିବ, ଭଲ ଭଲ କଥା ଶିଖାଇବାକୁ ପଡ଼ିବ। ଲେଖାଲେଖିରେ ମନ ରହିଲେ ତାହା ମାନସିକତାକୁ ପରିବର୍ତ୍ତନ କରିବାରେ ସାହାଯ୍ୟ ହେବ। ସିଡ୍‌ନୀ ୟୁନିଭର୍ସିଟି ପକ୍ଷରୁ ଏ ନେଇ ହୋଇଥିବା ଏକ ସର୍ଭେ ଅନ୍ତର୍ଭୁକ୍ତ ପିଲାମାନଙ୍କ ମଧ୍ୟରୁ ଯେଉଁମାନେ ଟେନ୍‌ସନ୍‌ ସମୟରେ କିଛି ସମୟ ଲେଖାଲେଖି‌େର ବ୍ୟସ୍ତ ରହୁଥିଲେ ସେମାନେ ଏପରି ସମସ୍ୟାରୁ କେତେକାଂଶରେ ନିଜକୁ ମୁକୁଳାଇ ପାରୁଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର