ଗୋଟିଏ ସମୟରେ ଲୋକମାନଙ୍କୁ ନିଦରୁ ଉଠାଇବାକୁ ଘଣ୍ଟା ନଥିଲା କି ଘଣ୍ଟାରେ ଆଲାର୍ମ ବାଜୁ ନଥିଲା। ସେତେବେଳେ ଲୋକମାନଙ୍କୁ ଲୋକ ହିଁ ଉଠାଉଥିଲେ। ଏହା ପୁଣି ଥିଲା ଏକ ବୃତ୍ତି। ଉନବିଂଶ ଶତାବ୍ଦୀରେ ଆଲାର୍ମ କ୍ଲକ୍ର ସେତେଟା ପ୍ରଚଳନ ନଥିଲା। ସେଥିପାଇଁ ଲୋକମାନେ ଉଠିବା ପାଇଁ ‘ନକର୍ସ ଅପ୍’କୁ ଟଙ୍କା ଦେଇ ରଖୁଥିଲେ। ବ୍ରିଟେନ୍ ଓ ଆୟର୍ଲାଣ୍ଡ୍ରେ ଏହି ବୃତ୍ତି ବେଶି ପ୍ରଚଳନ ଥିଲା। ପ୍ରଥମେ ସେମାନେ ଲୋକଙ୍କ କବାଟ ବାଡ଼େଇ ଉଠାଉଥିଲେ। ଏହାପରେ ନକର୍ସ ଅପ୍ ଲୋକଙ୍କୁ ଉଠାଇବାରେ ଅନ୍ୟ ତରିକା ବି ଆପଣେଇଲେ। ଦୁଇ ତିନି ମହଲାରେ ରହୁଥିବା ଲୋକଙ୍କୁ ଉଠାଇବା ପାଇଁ ଲମ୍ବା ବାଡ଼ିର ସାହାରା ନେଲେ। ଗୋଟିଏ ଦିନରେ ସେମାନେ ପ୍ରାୟ ୧୦୦ ଲୋକଙ୍କୁ ଉଠାଇପାରୁଥିଲେ। ୧୯୪୦ରୁ ୫୦ ମଧ୍ୟରେ ଆଲାର୍ମ କ୍ଲକ୍ ପ୍ରଚଳନ ଆରମ୍ଭ ହେବାରୁ ଏମାନଙ୍କ ରୋଜଗାର ଧୀରେ ଧୀରେ ବନ୍ଦ ହୋଇଗଲା। ଶେଷରେ ଏହି ବୃତ୍ତି ହଜିଗଲା।
ଖୋଲା ଝରକା: ଠକ୍ ଠକ୍, ଏବେ ଉଠିପଡ଼
/sambad/media/post_attachments/wp-content/uploads/2021/09/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)