ବିବାହ ବ୍ରତ ହେଉ ଅବା କୌଣସି କାର୍ଯ୍ୟକ୍ରମ ଅନେକ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ। ଲୋକେ ଯେତିକି ଖାଆନ୍ତି ଅଧିକ ନଷ୍ଟ କରନ୍ତି। ଅଧିକ ଖାଦ୍ୟ ଅଳିଆଗଦାକୁ ଯାଏ। ତେବେ ଖାଲି କୌଣସି କାର୍ଯ୍ୟକ୍ରମରେ ନୁହେଁ ଏମିତି କି ଘରେ ଘରେ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ୟୁନାଇଟେଡ୍ ନେଶନ୍ସର ଫୁଡ୍ ଆଣ୍ଡ୍ ଏଗ୍ରିକଲ୍ଚର ଅର୍ଗାନାଇଜେଶନ୍ର ରିପୋର୍ଟ ମୁତାବକ ପ୍ରାୟ ୧.୩ ଟନ୍ ଖାଦ୍ୟ ଉପଯୋଗୀ ଜିନିଷ ପ୍ରତିଦିନ ଅଳିଆଗଦାରେ ପକାଇ ଦିଆଯାଏ। କିନ୍ତୁ ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି ଲୋକେ ଖାଇବାକୁ ନ ପାଇ ଅନାହାରରେ ମରି ଯାଆନ୍ତି। କିଛି ସ୍ଥାନରେ ତ ପେଟ ପୂରିବା ପାଇଁ ଅଖାଦ୍ୟ ଖାଇବାକୁ ବାଧ୍ୟ ହୋଇଥାଆନ୍ତି। ଯେମିତିକି ହାଇତିରେ ଲୋକେ କାଦୁଅରେ ବିସ୍କୁଟ କରି ଖାଆନ୍ତି। ଫଳରେ ସେମାନେ ଅନେକ ରୋଗରେ ଶିକାର ହେଉଛନ୍ତି। ସେମାନେ ପାହାଡ଼ର ମାଟିକୁ ବରଦାନ ଭାବନ୍ତି। କାରଣ ଅନ୍ୟ ଖାଦ୍ୟ ନ ମିଳିବାରୁ ସେମାନେ ସେହି ମାଟିରେ ପାଣି ଓ ବନସ୍ପତି ତେଲ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତି। ଆଉ ତା’ପରେ ତାକୁ ବିସ୍କୁଟର ଅାକାର ଦେଇ ଖରାରେ ଶୁଖାନ୍ତି। ଶୁଖିବା ପରେ ତାକୁ ଖାଇଥାଆନ୍ତି। ନିଜ ପିଲାକୁ ସେମାନେ ଫଳମୂଳ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବାକୁ ଚାହାନ୍ତି। ହେଲେ ଅର୍ଥ ନ ଥିବାରୁ ସେମାନେ ଏହି କାଦୁଅ ବିସ୍କୁଟ୍ ବା ମଡ୍ କୁକିଜ୍ ଦେଇଥାଆନ୍ତି।
ଖୋଲା ଝରକା: ମଡ୍ କୁକିଜ୍
/sambad/media/post_attachments/wp-content/uploads/2021/09/khola-jharaka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)