ଖୋଲା ଝରକା : ‘କେ୨-୧୮ବି’ ବାହ୍ୟଗ୍ରହ

ପୃଥିବୀଠାରୁ ୧୨୪ ଆଲୋକବର୍ଷ ଦୂର ଏବଂ ପୃଥିବୀରେ ୨.୬ ଗୁଣ ବ୍ୟାସାର୍ଦ୍ଧରେ ଅବସ୍ଥାନ କରୁଥିବା ଏକ ବାହ୍ୟଗ୍ରହର ବାୟୁମଣ୍ଡଳରେ ବାଦଲ ଅବସ୍ଥାରେ ଥିବା ଜଳ ଚିହ୍ନଟ କରାଯାଇଛି। ତେଣୁ ଏହାର ପୃଷ୍ଠ ବାସଯୋଗ୍ୟ ହୋଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ବାହ୍ୟଗ୍ରହର ନାମ- ‘କେ୨-୧୮ବି’। ବାହ୍ୟଗ୍ରହ ଅନ୍ବେଷଣକାରୀ କେପଲର୍‌ ଟେଲିସ୍କୋପ୍‌ ଦ୍ବାରା ୨୦୧୫ରେ ଏହି ଗ୍ରହ ଆବିଷ୍କାର କରାଯାଇଥିଲା। ୧୧୦ ଆଲୋକବର୍ଷ ଦୂରରେ ଅବସ୍ଥିତ ଏକ କ୍ଷୁଦ୍ରଗ୍ରହକୁ ଏହା ପରିକ୍ରମା କରୁଛି। ଏକ ରିପୋର୍ଟରେ ଏହାର ତଥ୍ୟ ଏବେ ପ୍ରକାଶ ପାଇଛି। ଗବେଷକଙ୍କଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟ ଅନୁସାରେ ଉକ୍ତ ବାହ୍ୟଗ୍ରହର ହାଇଡ୍ରୋଜେନ୍‌-ସମୃଦ୍ଧ ବାୟୁମଣ୍ଡଳରେ ଜଳର ସୁଚନା ମିଳିଛି। ଏକ କ୍ଷୁଦ୍ର ଗ୍ରହରେ ଏଭଳି ଅବସ୍ଥା ଚିହ୍ନଟ ହେବା ଅସାଧାରଣ ବୋଲି ଗବେଷକମାନେ କହିଛନ୍ତି। କେ୨-୧୮ବି ପୃଥିବୀ ଅପେକ୍ଷା ଅଢ଼େଇଗୁଣ ବିଶାଳ। ନିଜ ନକ୍ଷତ୍ରର ବାସଯୋଗ୍ୟ କ୍ଷେତ୍ରରେ ଏହା ଅବସ୍ଥାନ କରୁଛି। ଏହାର ଅର୍ଥ ତରଳ ଅବସ୍ଥାରେ ଜଳ ଏହି ଗ୍ରହ ପୃଷ୍ଠରେ ଅବସ୍ଥାନ କରୁଛି। ତେବେ ପୃଷ୍ଠର ନିଜସ୍ବ ପ୍ରକୃତି ଅଜଣା। ଏହାର ପୃଷ୍ଠ ପୃଥିବୀ ଭଳି ପତଳା ବାୟୁମଣ୍ଡଳ ହେବା ସହ ବାହ୍ୟଦେଶ ପଥୁରିଆ ହୋଇପାରେ। କେ୨-୧୮ବି ଯଦି ନେପ୍‌ଚୁନ୍‌ ଭଳି ପ୍ରମାଣିତ ହୁଏ, ତେବେ ଏଠାରେ ଜୀବଜଗତ ଥିବାର ଆଶା ମଉଳିଯିବ।

ସମ୍ବନ୍ଧିତ ଖବର