ଗଭୀର ସମୁଦ୍ର ଗର୍ଭରେ ଅନେକ ଅଜବ ପ୍ରାଣୀ ଅଛନ୍ତି। ଯାହା ସବୁବେଳେ ମଣିଷକୁ ଚକିତ କରି ଆସିଛି। ସେମିତି ଏକ ଅଜବ ପ୍ରାଣୀ ହେଉଛି ‘କଟଲ୍ ଫିଶ୍’ ବା ‘ସମୁଦ୍ର ଫେନୀ’। ଏହା ଏକ ପ୍ରକାରର ମାଛ। ଏହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି, ଏହି ମାଛର ଗୋଟିଏ ନୁହେଁ ବରଂ ତିନୋଟି ହୃତ୍ପିଣ୍ଡ ଅଛି। ଏହାବାଦ୍ ବି ଏହା ମଧ୍ୟରେ ଅନେକ ଚକିତ କରିବା ଭଳି ବିଶେଷତ୍ବ ଅଛି। ଯେମିତି କି ଏହାର ରକ୍ତ ଅନ୍ୟ ପ୍ରାଣୀଙ୍କ ଭଳି ଲାଲ ନୁହେଁ ବରଂ ନୀଳ ଅଟେ। ଗଭୀର ସମୁଦ୍ରରେ ରହୁଥିବା ଏହି କଟଲ୍ ଫିଶ୍ ନିଜ ଶରୀରରେ ରଙ୍ଗ ବଦଳାଇ ପାରେ। ତେଣୁ ଏହାକୁ ସମୁଦ୍ରରେ ଖୋଜି ପାଇବା କଷ୍ଟକର। ଆଉ ଯେବେ କୌଣସି ପରଭକ୍ଷୀ ଏହାକୁ ଆକ୍ରମଣ କରେ ସେ ଏଭଳି ଗ୍ୟାସ୍ ନିର୍ଗତ କରେ ଯେ, ସେହି ପରଭକ୍ଷୀ ପ୍ରାଣୀଟି ଅନ୍ଧ ହୋଇଯାଏ। ଅକ୍ଟୋପସ୍ ପରି ଆଠୋଟି ଗୋଡ଼ ଥିବା କଟଲ୍ ଫିଶ୍ ସମୁଦ୍ର ମଧ୍ୟସ୍ଥ ଅମେରୁଦଣ୍ଡୀ ପ୍ରାଣୀ ଭିତରେ ସବୁଠାରୁ ବୁଦ୍ଧିମାନ। ଏହାର ୧୨୦ଟି ପ୍ରଜାତି ରହିଛନ୍ତି।
ଖୋଲା ଝରକା: ତିନୋଟି ହୃତ୍ପିଣ୍ଡ ଥିବା ମାଛ
/sambad/media/post_attachments/wp-content/uploads/2021/10/khola-jharaka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)