ଖୋଲା ଝରକା: ଅପ୍‌ଲୋଡ୍ କଲେ ମିଳିବ ମାଗଣା ଖାଦ୍ୟ

ଭିନ୍ନ ଭିନ୍ନ ରେସ୍ତୋରାଁରେ ଭିନ୍ନ ଭିନ୍ନ ଦରରେ ଖାଦ୍ୟ ମିଳିଥାଏ। କିନ୍ତୁ ଏମିତି ଏକ ରେସ୍ତୋରାଁ ଅଛି ଯେଉଁଠି ଖାଦ୍ୟ ମାଗଣାରେ ମିଳିଥାଏ। କେବଳ ଏତିକି କରିବାକୁ ହେବ ଯେ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ଏହି ଫଟୋ ଅପ୍‌ଲୋଡ୍‌ କରିବା ପରେ ଯାଇ ଗ୍ରାହକ ଖାଦ୍ୟ ଖାଇପାରିବେ। ରେସ୍ତୋରାଁଟି ଇଟାଲିର ମିଲାନ୍‌ଠାରେ ରହିଛି। ଯାହାର ନାମ ‘ଦିସ୍‌ ଇଜ୍‌ ନଟ୍‌ ଏ ଶୁଶି ବାର୍‌’।

ଏହା ଏକ ଜାପାନୀ ରେସ୍ତୋରାଁ। ଯାହାକୁ ମ୍ୟାଟିୟୋ ଓ ତୋମାସୋ ପିଟୁରେଲ୍ଲୋ ନାମକ ଦୁଇ ଭାଇ ମିଶି ଖୋଲିଛନ୍ତି। ଏଠାରେ ବିନା ମୂଲ୍ୟରେ ଖାଇବା ପାଇଁ ପ୍ରଥମେ ଖାଦ୍ୟ ଅର୍ଡର ଦେବାକୁ ପଡ଼ିବ। ଏହା ପରେ ଖାଦ୍ୟ ସହିତ ରେସ୍ତୋରାଁର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ଆପଣଙ୍କ ପାଖରେ ଯେତେ ବନ୍ଧୁ ବଢ଼ିବେ ସେହି ଆଧାରରେ ରେସ୍ତୋରାଁ ପରବର୍ତ୍ତୀ ଖାଦ୍ୟ ବରାଦକୁ ବିନାମୂଲ୍ୟରେ ଦେବ। ଅର୍ଥାତ୍‌ ଫଟୋରେ ବନ୍ଧୁ ସଂଖ୍ୟା ଯେତେ ବଢ଼ିବ ଆପଣଙ୍କୁ ସେତେ ମାଗଣାରେ ଖାଦ୍ୟ ମିଳିପାରିବ।

ସମ୍ବନ୍ଧିତ ଖବର