ଆଜିକାଲି ଜୋତା, ଚପଲ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଖାଲି ବାହାରେ ନୁହେଁ ଘରେ ବି ଚପଲ ପିନ୍ଧା ହେଉଛି। ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କେହି ବି ଚପଲ ପିନ୍ଧନ୍ତି ନାହିଁ। ତାମିଲନାଡ଼ୁର ମଦୁରାଇଠାରୁ ପ୍ରାୟ ୨୦ କି.ମି ଦୂରରେ ଥିବା ଏହି ଗାଁରେ ଜୋତା, ଚପଲର ନାଁ ଶୁଣିଲେ ଲୋକେ ରାଗି ଯାଆନ୍ତି। ଆଉ ଯଦି କିଏ ଚପଲ ପିନ୍ଧେ ତେବେ ତାକୁ କଠୋର ଦଣ୍ଡ ଦିଆଯାଏ। ଏହି ଗାଁଟିର ନାମ ହେଉଛି ‘କଲିମୟାନ’। ଏଠାରେ କେହି ବି ଚପଲ ପିନ୍ଧନ୍ତି ନାହିଁ। ଗାଁ ବାହାରକୁ ଯିବାକୁ ଥିଲେ, ଗାଁ ସୀମା ଶେଷ ହେବା ପର୍ଯ୍ୟନ୍ତ ଚପଲ ହାତରେ ଧରି ଯିବାକୁ ହୁଏ। ସୀମା ପାର ହେଲେ ଯାଇ ଚପଲ ପିନ୍ଧାଯାଏ। ଏହି ଗାଁରେ ‘ଅପାଚ୍ଛି’ ନାମକ ଦେବତାଙ୍କୁ ପୂଜା କରାଯାଏ। ଗ୍ରାମବାସୀଙ୍କ ବିଶ୍ବାସ ଯେ ଗ୍ରାମ ଦେବତା ତାଙ୍କର ରକ୍ଷା କରନ୍ତି। ତେଣୁ ତାଙ୍କୁ ସମ୍ମାନ ଜଣାଇ ଏଠାରେ ଜୋତା କି ଚପଲ ପିନ୍ଧା ଯାଏ ନାହିଁ।
ଖୋଲା ଝରକା: ଚପଲ ପିନ୍ଧା ମନା
/sambad/media/post_attachments/wp-content/uploads/2021/12/kholajharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)