ଖୋଲା ଝରକା : ଭ୍ରାମ୍ୟମାଣ ଘର

ଏପରି ନାଁ ଶୁଣିଲେ ଆମେ ନିଶ୍ଚିତ ଭାବିବା ଯେ ଏପରି ବି ଘର ଅଛି କି? ଆମ ପାଖରେ ଯଦି ଥାଆନ୍ତା ତେବେ ଆମେ ଘରେ ରହି ଚାରିଆଡ଼େ ବୁଲିପାରିଥାନ୍ତେ। ଏମିତି ଏକ ଘର ତିଆରି କରିଛନ୍ତି ଏକ ଆମେରିକୀୟ ଦମ୍ପତି। କ୍ରିଶ୍ଚେନ୍‌ ଓ ସିୟା ଏହାକୁ ନିଜର ସ୍ବପ୍ନର ଘର ବୋଲି କହିଥାଆନ୍ତି ଯାହାର ନାଁ ରଖିଛନ୍ତି ଲୁନାର। ୨୦୧୭ ମସିହାରୁ ସେମାନେ ତାଙ୍କ ଝିଅ ଓ ପୋଷାକୁକୁରକୁ ନେଇ ସେଥିରେ ରହୁଛନ୍ତି। ଏୟାରଷ୍ଟ୍ରିମ୍‌ ହେଉଛି ଭ୍ରମଣ କରିବା ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ବସ୍‌ ଯାହା ଦେଖିବାକୁ ଗୋଲାକାର ଓ ମସୃଣ ଆଲୁମିନିୟମ୍‌ରେ ତିଆରି। ଏମିତି ଏକ ପୁରୁଣା ବସ୍‌ ଖୋଜିବାକୁ ଏହି ଦମ୍ପତି ବହୁତ ଚେଷ୍ଟା କରିଛନ୍ତି। ଶେଷରେ ୧୯୭୬ ମସିହାରେ ପୁରୁଣା ଏୟାରଷ୍ଟ୍ରିମ୍‌ର ସନ୍ଧାନ ପାଇଥିଲେ। ୧୦ ହଜାର ଡଲାର୍‌ ବିନିମୟରେ ସେମାନେ ଏହାକୁ କିଣିଥିଲେ। ଏହା ଭିତରେ ଶୋଇବା ଘର, ଲିଭିଂ ରୁମ୍‌, ରୋଷେଇ ଘର, ଟଏଲେଟ୍‌ ଆଦି ନିର୍ମାଣ କରି ଗାଡ଼ିଟିକୁ ଖୁବ୍‌ ସୁନ୍ଦର ଭାବରେ ସଜାଇଥିଲେ। ଗାଡ଼ି ଉପରେ ସୋଲାର ପ୍ୟାନେଲ୍‌ ଲଗାଯାଇଛି ଯାହାଦ୍ବାରା ଲାଇଟ୍‌, ଫ୍ୟାନ୍‌ ଆଦି ସେମାନେ ଚଲେଇଥାଆନ୍ତି। ‌ସେଥିପାଇଁ ମୋଟ ୩୪ ହଜାର ଡଲାର ଖର୍ଚ୍ଚ ହୋଇଥିଲା। ଯେଉଁଠାରେ ଇଚ୍ଛା ସେଠାକୁ ଯାଇ ସେମାନେ ପ୍ରକୃତିକୁ ଉପଭୋଗ କରୁଛନ୍ତି।

ସମ୍ବନ୍ଧିତ ଖବର