ପୃଥିବୀର ସବୁଠାରୁ ଉଚ୍ଚତମ ବିଷ୍ଣୁ ମୂର୍ତ୍ତି ଇଣ୍ଡୋନେସିଆରେ ରହିଛି। ଏହା ଏତେ ବିଶାଳ ଯେ, ମୂର୍ତ୍ତିଟିର ଉଚ୍ଚତା ୪୦୦ ଫୁଟ, ଓସାର ୨୧୭ଫୁଟ ରହିଛି। ଏହାକୁ ତମ୍ବା ଓ ପିତଳରେ ନିର୍ମାଣ କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ୨୫ ବର୍ଷରୁ ଅଧିକ ସମୟ ଲାଗିଛି। କୁହାଯାଏ ୧୯୭୯ରେ ଇଣ୍ଡୋନେସିଆର ମୂର୍ତ୍ତିକାର ବପ୍ପା ନ୍ୟୁମନ୍ ନୁଆର୍ତ୍ତା ସବୁଠାରୁ ବିଶାଳ ମୂର୍ତ୍ତି ତିଆରି କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଏହାକୁ ସାକାର କରିବା ପାଇଁ ଏକ କମ୍ପାନି ମଧ୍ୟ ତିଆରି କରାଯାଇଥିଲା। ଶେଷରେ ୧୯୯୩ରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଜୁଲାଇ,୨୦୧୮ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ବାଲି ଦ୍ବୀପର ଉଙ୍ଗାସନରେ ଏହି ମୂର୍ତ୍ତିକାରଙ୍କୁ ତାଙ୍କ ପରିଶ୍ରମ ପାଇଁ ସମ୍ମାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।
ଖୋଲା ଝରକା: ବିଷ୍ଣୁଙ୍କ ସର୍ବୋଚ୍ଚ ମୂର୍ତ୍ତି ଇଣ୍ଡୋନେସିଆରେ
/sambad/media/post_attachments/wp-content/uploads/2021/12/bishnu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)