‘ପ୍ଲାଣ୍ଟ୍ୱେଭ୍’ ନାମକ ଡିଭାଇସ୍ ଏବେ ପ୍ରକୃତିର ସ୍ବର ଶୁଣାଇବ। ଗଛଗୁଡ଼ିକ ଦ୍ବାରା ବାହାରୁଥିବା ଶବ୍ଦ ଏହି ଡିଭାଇସ୍ ଦ୍ବାରା ଶୁଣିହେବ। ଚାରା, ଫୁଲ, ଛତୁ, ପତ୍ର ପର୍ଯ୍ୟନ୍ତ ସବୁ ଗଛର ସ୍ବର ଶୁଣିହେବ। ପତ୍ରରେ ଦୁଇଟି ଇଲେକ୍ଟ୍ରୋଡ୍ ଲଗାଇ ଡିଭାଇସ୍ଟି ଗଛରେ ବୈଦ୍ୟୁତିକ ଭିନ୍ନତା ଚିହ୍ନଟ କରିପାରେ ବୋଲି ପ୍ଲାଣ୍ଟ୍ୱେଭ୍ ୱେବ୍ସାଇଟ୍ ସୂଚନା ଦେଇଛି। ଏହାପରେ ଏହି ଭିନ୍ନତାକୁ ତରଙ୍ଗ ରୂପେ ରେଖାଙ୍କନ କରାଯାଏ, ଯାହା ଟିମ୍ ଦ୍ବାରା ଡିଜାଇନ୍ ହୋଇଥିବା ବାଦ୍ୟଯନ୍ତ୍ର ବଜାଇବା ପାଇଁ ବାର୍ତ୍ତାରେ ରୂପାନ୍ତରିତ ହୁଏ। ପରେ ଏକ ମଧୁର ସଙ୍ଗୀତ ଶୁଣିବାକୁ ମିଳେ ବୋଲି ୱେବ୍ସାଇଟ୍ କହିଛି। ଡିଭାଇସ୍ କିଭଳି ଭାବେ ଗଛରୁ ସଙ୍ଗୀତ ଉତ୍ପନ୍ନ କରେ, ପ୍ଲାଣ୍ଟ୍ୱେଭ୍ର ଇନ୍ଷ୍ଟାଗ୍ରାମ୍ ପେଜ୍ରେ ତା’ର ଅନେକ ଭିଡିଓ ଅଛି। ଏଠାରେ ବୋନ୍ସାଇଠୁ ଆରମ୍ଭ କରି ବିଭିନ୍ନ ଚାରା ଓ ଫୁଲ ଗଛରୁ କିଭଳି ସଙ୍ଗୀତ ସୃଷ୍ଟି ହେଉଛି ତାହା ଦର୍ଶାଯାଇଛି। ଏହାର ଉପଷମକାରୀ ପ୍ରଭାବ ରହିଛି ବୋଲି ଅନେକ କହିଛନ୍ତି। ମୃତ ବା ଶୁଖିଲା ପତ୍ର କୌଣସି ଶବ୍ଦ ଉତ୍ପନ୍ନ କରନ୍ତି ନାହିଁ। ପ୍ଲାଣ୍ଟ୍ୱେଭର୍ ମୂଲ୍ୟ ୨୨,୨୦୦ ଟଙ୍କା ରହିଛି। ଏହାକୁ ମୋବାଇଲ୍ ସହ ସଂଯୋଗ କରାଯାଇ ଗୀତ ଶୁଣିହେବ।
ଖୋଲା ଝରକା: ଗଛରୁୁ ଶୁଣିବା ସଙ୍ଗୀତ
/sambad/media/post_attachments/wp-content/uploads/2022/01/kholajharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)