ଦକ୍ଷିଣ ଆମେରିକାର ଆଲାସ୍କାଠାରୁ ଦକ୍ଷିଣମେରୁ ଯାଏ ପ୍ରାୟ ୩୫୬ ପ୍ରକାରର ଫୁଲଚୁଇଁ ଚଢ଼େଇ ଦେଖାଯାଆନ୍ତି। ନିଜର ମୋତି ପରି ପର ଓ କୁନି ଆକାର ପାଇଁ ସେମାନଙ୍କର ଖୁବ୍ ନାଁ ରହିଛି। ଚଢ଼େଇମାନଙ୍କ ଭିତରେ ସବୁଠାରୁ ସାନ କିନ୍ତୁ ମୁଣ୍ଡ ଦେହ ତୁଳନାରେ ବଡ଼। ସେ କେଉଁ କେଉଁ ଫୁଲରୁ ମହୁ ପିଇଛି ଓ କେଉଁ ଫୁଲରେ ପୁଣି କେତେବେଳେ ମହୁ ଭରୁଛି ତାହା ଫୁଳଚୁଇଁ ଠିକ୍ ମନେ ରଖେ। ତା’ର ହୃତ୍ପିଣ୍ଡ ମିନିଟ୍କୁ ୨୫୦ରୁ ଅଧିକ ଥର ଧକ୍ ଧକ୍ କରିଥାଏ। ପ୍ରତି ସେକେଣ୍ଡ୍ରେ ସେ ୭୦ରୁ ଅଧିକ ଥର ଡେଣା ଫଡ଼ ଫଡ଼ କରେ। ଦକ୍ଷିଣ ଆମେରିକାର ଆଣ୍ଡିନ୍ ପାର୍ବତ୍ୟ ଅଞ୍ଚଳରେ ପ୍ରାୟ ୧୦୦ ପ୍ରକାରର ଫୁଲଚୁଇଁ ଦେଖାଯାଆନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କମ୍ ଅମ୍ଲଜାନ ଜାଗାରେ ସେମାନେ ରହିଥାନ୍ତି। ଏତେ ଉଚ୍ଚ ଜାଗାରେ କମ୍ ଅମ୍ଳଜାନ ଥିବା ଅଞ୍ଚଳରେ କେମିତି ବଞ୍ଚୁଛନ୍ତି, ଜାଣିବାକୁ ବୈଜ୍ଞାନିକମାନେ ବିଭିନ୍ନ ଉଚ୍ଚତାରେ ବାସ କରୁଥିବା ପ୍ରାୟ ୧୦ ପ୍ରକାର ଏପରି ଚଢ଼େଇଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ। ସେଥିରୁ ଜଣାପଡ଼ିଲା ଯେ ଏହି ଚଢ଼େଇମାନେ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ ଦ୍ବାରା ପତଳା ପବନରୁ ମଧ୍ୟ ଯଥେଷ୍ଟ ଅମ୍ଲଜାନ ଶୋଷି ପରନ୍ତି।
ଖୋଲା ଝରକା: ଫୁଲଚୁଇଁ
/sambad/media/post_attachments/wp-content/uploads/2022/01/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)