ଖୋଲା ଝରକା: ସମୁଦ୍ର ରାକ୍ଷସ

ବୈଜ୍ଞାନିକମାନେ ଆମେରିକା‌ରେ ଏକ ଜୀବ ପାଇଛନ୍ତି ଯାହା ୫୫ ଫୁଟ ଲମ୍ବା। ଏହି ସମୁଦ୍ର ରାକ୍ଷସ ଡାଇନୋସୋର ସମୟର ଯାହାର ନାମ ଇଚିଥ୍ୟୋସୋର୍‌। ଏହା ଏକ ପ୍ରକାରର ମାଛ ଯାହା ସମ୍ପର୍କରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହେବା ପରି ତଥ୍ୟ ପାଇଛନ୍ତି। ଅଧ୍ୟୟନ ଅନୁସାରେ ମାଛ ପରି ଦେଖାଯାଉଥିବା ସମୁଦ୍ରୀ ସରୀସୃପଙ୍କ ଆକାର ୨୪ କୋଟି ବର୍ଷ ପୂର୍ବରୁ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ତିମି ମାଛଠାରୁ ମଧ୍ୟ ଏହି ମାଛର ଆକାର ବଡ଼ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଆଶ୍ଚର୍ଯ୍ୟକାରୀ ଜୀବର ମୁଣ୍ଡର ଆକାର ୬.୫ ଫୁଟ। ଡାଇନୋସର ସମୟର ଏହି ଜୀବକୁ ବୈଜ୍ଞାନିକମାନେ ଏକ ଅନ୍ବେଷଣ ଭାବେ ନେଇଛନ୍ତି।

ପ୍ରାଚୀନ ଇଚିଥ୍ୟୋସୋର୍‌ର ଜୀବାଶ୍ମଗୁଡ଼ିକର ଅନ୍ବେଷଣ ପ୍ରଥମ ଥର ପାଇଁ ୧୯୯୮ରେ ହୋଇଥିଲା। ଏହାର ଜୀବାଶ୍ମ ଉତ୍ତର-ପଶ୍ଚିମ ନେୱାଡାର ଅଗଷ୍ଟା ପର୍ବତରେ ମିଳିଥିଲା। ଯେଉଁଠାରେ ଜୀବାଶ୍ମ ମିଳିଥିଲା ସେଠାରେ ୨୦୧୫ରେ ବୈଜ୍ଞାନିକମାନେ ଖନନ କାର୍ଯ୍ୟ କରିଥିଲେ। ସେ ସମୟରେ ଏହି ଜୀବର ମୁଣ୍ଡ, ପାଣିିରେ ପହଁରୁଥିବା ପଙ୍ଖ ପରି ଛୋଟ ଅଙ୍ଗ ଭାବରେ ମିଳିଥିଲା। ଏହି ଜୀବାଶ୍ମକୁ ଲସ୍‌ ଅଞ୍ଜେଲସ୍‌ର ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟକୁ ନିଆ ଯାଇଥିଲା। ବୈଜ୍ଞାନିକମାନେ ଏହାର ଜୀବାଶ୍ମରେ ଥ୍ରୀଡି ମଡେଲ୍‌ ତିଆରି କରି ବିଶ୍ଲେଷଣ କରିଥିଲେ। ସେମାନେ ଏହି ନୂଆ ପ୍ରଜାତିକୁ ସିମ୍ବୋସ୍ପେଣ୍ଡିଲସ୍‌ ୟଙ୍ଗୋରମ୍‌ ନାମ ଦେଇଛନ୍ତି। ଏହି ଜୀବର ମାଢ଼ି ବହୁତ ବଡ଼। ଏହାର ଓଜନ ୪୫ ଟନ୍‌ ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସମ୍ବନ୍ଧିତ ଖବର