ଚା’ ସମସ୍ତଙ୍କର ପ୍ରିୟ। କିନ୍ତୁ ଏହି ଚା’ପତି ଏତେ ଦାମ୍ ଯେ ଶୁଣି ଆଶ୍ଚର୍ଯ୍ୟ ଲାଗିବ। ଦାମ୍ -୧କି.ଗ୍ରା ଚା’ପତିର ଦାମ୍ ୯ କୋଟି ଟଙ୍କା। ଏହାର ନାମ ହେଉଛି ଡା-ହୋଙ୍ଗ ପାଓ ଟିକି। ଚାଇନା, ଫୁଜିୟାନସ୍ଥ ବୁଇସାନ୍ ପ୍ରାନ୍ତରେ ଚାଷ ହେଉଥିବା ଏହି ଚା’ପତିର ଅନେକ ଉପକାରୀ ଗୁଣ ରହିଛି। ଏହାର ଉତ୍ପାଦନ ବହୁତ କମ୍ ହେଉଥିବାରୁ ଏହାର ମୂଲ୍ୟ ଏତେ ରହିଛି। ଏହାକୁ ଚାଷ କରିବା ବି ବହୁତ କଷ୍ଟକର। ପ୍ରଥମେ ଏହି ଚା’ର ଉତ୍ପାଦନ ଚାଇନାର ମିଙ୍ଗ୍ ଶାସନ ସମୟରେ ଆରମ୍ଭ ହୋଇଥିଲା। ଚାଇନାବାସୀଙ୍କ କହିବାନୁସାରେ ସେହି ସମୟରେ ମିଙ୍ଗ୍ ଶାସନର ମହାରାଣୀ ଖୁବ୍ ଅସୁସ୍ଥ ହୋଇଗଲେ। ବଞ୍ଚିବାର ସମ୍ଭାବନା ବି କମିଯାଇଥିଲା। ତାଙ୍କ ଉପରେ କୌଣସି ଔଷଧ କାମ ଦେଉ ନଥିଲା। ଏହାପରେ ସେ ଡା-ହୋଙ୍ଗ ପାଓ ଟିକି ଚା’ ପିଇବା ଆରମ୍ଭ କରିଥିଲେ। ଆଉ ସେ କିଛି ଦିନ ଭିତରେ ସୁସ୍ଥ ହୋଇଗଲେ। ଏହାପରେ ମହାରାଜା ଖୁସି ହୋଇ ଆଦେଶ ଦେଇଥିଲେ ଯେ, ଏହି ଚା’ର ବହୁଳ ଚାଷ କରାଯାଉ। ରାଜା ଲମ୍ବେ ଚୋଙ୍ଗେଙ୍କ ନାମାନୁସାରେ ଚା’ର ନାମ ଡା- ହୋଙ୍ଗ ପାଓ ଟିକି ରଖାଗଲା।
ଖୋଲା ଝରକା: ମହଙ୍ଗା ଚା’ପତି
/sambad/media/post_attachments/wp-content/uploads/2022/02/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)