ଖୋଲା ଝରକା: ଜିରାଫ୍‌ର ସ୍ୱର ତନ୍ତ୍ରି ନାହିଁ

ସାଧାରଣରେ ପ୍ରାୟ ସବୁ ପ୍ରାଣୀଙ୍କର ଭୋକାଲ୍ କଡ୍‌ ବା ସ୍ବର ତନ୍ତ୍ରି ଥାଏ। ସେଥିଲାଗି ମଣିଷ କଥା କହେ। ଗାଈ ହମ୍ବା ରଡ଼ି ଛାଡ଼େ। ସିଂହ ଗର୍ଜନ କରେ। ମାତ୍ର ଏମିତି ଏକ ପ୍ରାଣୀ ହେଉଛି ଜିରାଫ୍‌ ଯାହାର ଭୋକାଲ୍‌ କଡ୍‌ ନ ଥାଏ। ତେଣୁ ଜିରାଫ୍‌ର ସ୍ବରକୁ ଆଜିଯାଏ କେହି ବି ଶୁଣି ନାହାନ୍ତି। ଏହି ପ୍ରା‌ଣୀଟି ସାରା ଜୀବନ ପାଟି ବନ୍ଦ ରଖି ନୀରବରେ ବିତେଇଥାଏ। କେବଳ କେତେବେଳେ କେମିତି ଛିଙ୍କିବା ଭଳି ଶବ୍ଦ କରେ ନ ହେଲେ ଜୋରରେ ନିଃଶ୍ବାସ ମାରିବା ଭଳି ଶବ୍ଦ କରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ପ୍ରାଣୀର ଭୋକାଲ୍‌ କଡ୍‌ ରହିବା ସହିତ ଏକ ଭୋକାଲ୍‌ ବକ୍ସ୍‌ ମଧ୍ୟ ଥାଏ। ଏହାକୁ ପ୍ରାଣୀବିଜ୍ଞାନ ଭାଷାରେ କୁହାଯାଏ ଲାରିଙ୍କ୍ସ୍‌।

ସମ୍ବନ୍ଧିତ ଖବର