ଆଜିକାଲି ପ୍ରତ୍ୟେକ ଦେଶର ଲୋକ କରୋନା ଭାଇରସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ସମୟରେ କିଛି ଛାତ୍ରଛାତ୍ରୀ ରୋଗର ଶିକାର ହୋଇଥିବା ଲୋକଙ୍କୁ ଏକ ଭିନ୍ନ ବାର୍ତ୍ତା ଦେଉଛନ୍ତି। ତାହା ଏବେ ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା ପାଉଛି। ତାମିଲନାଡୁର କୋଲାଥୁରରେ ଥିବା ଏଭରୱିନ୍ ବିଦ୍ୟାଶ୍ରମର ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ୧ ହଜାର ଛାତ୍ରଛାତ୍ରୀ ୨ ହଜାର ୫ଶହ ସାବୁନ ବ୍ୟବହାର କରି କରୋନା ଜୀବାଣୁଠାରୁ ବଞ୍ଚାଇବା ପାଇଁ ଏକ ଚିତ୍ର କରି ବାର୍ତ୍ତା ଦେଇଛନ୍ତି। ୧୦ ହଜାର ବର୍ଗଫୁଟର ଏହି ଚିତ୍ରର ବାର୍ତ୍ତା ଥିଲା ‘ହାତ ଧୋଇ ଦୀର୍ଘ ଜୀବନ ବଞ୍ଚିବା।’ କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ଲାକାର୍ଡ ଧରି ସଚେତନ କରାଯାଇଥିଲା। ସେଥିରେ ଶହେ ବର୍ଷ ବଞ୍ଚିବା ପାଇଁ ହାତ ଧୋଇବା ବିଷୟରେ ଲେଖାଯାଇଥିଲା।
ଖୋଲା ଝରକା : ସାବୁନ ଚିତ୍ରକଳାରେ କରୋନା ବାର୍ତ୍ତା
/sambad/media/post_attachments/wp-content/uploads/2020/09/wash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)