ପ୍ରତିଦିନ ଟେକ୍ନୋଲୋଜି ଦୁନିଆରେ କିଛି ନା କିଛି ନୂତନ ଜିନିଷ ପ୍ରସ୍ତୁତ କରାଯାଉଛି। ନିୟମିତ ବିଶେଷଜ୍ଞମାନେ ପୋଷାକରେ ମଧ୍ୟ ଟେକ୍ନୋଲୋଜି ସଲଂଗ୍ନ କରି କିଛି ନୂତନ ଜିନିଷ ସୃଷ୍ଟି କରିବାକୁ ପ୍ରୟାସ ଚଲାଇଛନ୍ତି। ଏହିକ୍ରମରେ ଆମେରିକାର ହ୍ୟୁଷ୍ଟନ୍‌ରେ ଥିବା ରାଇସ୍‌ ୟୁନିର୍ଭସିଟିର ଲ୍ୟାବ୍‌ରେ ଏକ ସ୍ମାର୍ଟ ସାର୍ଟ ବିକଶିତ କରାଯାଇଛି। ଏହି ସାର୍ଟ ଦ୍ବାରା ଏହାକୁ ପିନ୍ଧିଥିବା ବ୍ୟକ୍ତିର ହ୍ୃଦ୍‌ସ୍ପନ୍ଦନ ଜାଣିହେବ। ଏହାକୁ ଏକ କଣ୍ଡକ୍ଟିଭ୍‌ ନାନୋଟ୍ୟୁବ୍‌ ସୂତାରେ ତିଆରି କରାଯାଇଛି। ବ୍ରାଉନ୍‌ ସ୍କୁଲ ଅଫ୍‌ ଇଞ୍ଜିନିୟରିଂ କେମିକାଲ୍‌ ଏବଂ ବାୟୋମଲ୍ୟୁକିଓର ଲ୍ୟ‌ାବ୍‌ର ଇଞ୍ଜିନିୟର୍‌ ମ୍ୟାଟେଓ ପାସ୍କାଲି, ନାନୋଟ୍ୟୁବ୍‌ ଫାଇବର୍ସକୁ ସିଲେଇ କରି ଏହି ସାର୍ଟ ପ୍ରସ୍ତୁତ କରିଛନ୍ତି।

Advertisment

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ସାର୍ଟଟି ଅତ୍ୟନ୍ତ ନରମ ଏବଂ ଆରାମଦାୟକ। ଏହାକୁ ୱାଶିଂ ମେସିନ୍‌ରେ ମଧ୍ୟ ସଫା କରାଯାଇପାରିବ। ଏଗୁଡ଼ିକ ଅବିକଳ ସୂତା ପରି। ଏଥିରେ ମେସିନ୍‌ ସିଲେଇ ମଧ୍ୟ ହୋଇପାରିବ। ଏହି ସାର୍ଟଟି ଛାତିକୁ ସ୍ପର୍ଶ କରିବା ମାତ୍ରେ ଏହା ହୃଦ୍‌ସ୍ପନ୍ଦନ ମାପିବା ଆରମ୍ଭ କରିଦିଏ। ଏହା ଖେଳାଳିମାନଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।