ଲୋକମାନେ ବିଭିନ୍ନ ପ୍ରକାରର ସାବୁନ୍ ବ୍ୟବହାର କରୁଛନ୍ତି। ଏହି ସାବୁନ୍ଗୁଡ଼ିକର ମୂଲ୍ୟ ସାଧାରଣତଃ ୫ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ଭିତରେ ରହିଛି। ହେଲେ ଦୁନିଆରେ ଏପରି ବି ସାବୁନ୍ ରହିଛି ଯାହାର ମୂଲ୍ୟ ଶହେ କି ହଜାର ନୁହେଁ ବରଂ ଦୁଇ ଲକ୍ଷ ଟଙ୍କାରୁ ଅଧିକ। ଲେବାନନ୍ର ତ୍ରିପୋଲିରେ ଏହି ସାବୁନ ତିଆରି ହୋଇଥାଏ। ତିଆରି ହେବା ପରେ ସାବୁନ୍ଟି ‘ଦି ଖାନ୍ ଅଲ୍ ସାବୁନ୍’ ନାଁରେ ବିକ୍ରି ହୋଇଥାଏ। ଏହି ପରିବାର ସାବୁନଠାରୁ ଆରମ୍ଭ କରି ସ୍କିନ୍କେୟାର ପ୍ରଡକ୍ଟ୍ ବିକ୍ରି କରିଥାନ୍ତି। ଜିନିଷଗୁଡ଼ିକ ତିଆରି କରିବା ସମୟରେ ସେମାନେ ଶୁଦ୍ଧ ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର କରୁଥିବା କଥା କୁହନ୍ତି। ଏଭଳି ଏକ ମହଙ୍ଗା ସାବୁନ ତିଆରି କରିବା ପାଇଁ ୧୭ ଗ୍ରାମ୍ ଶୁଦ୍ଧ ସୁନାର ଗୁଣ୍ଡ, ହୀରା ଗୁଣ୍ଡ, ଜାତୁନ୍ ତେଲ , ମହୁ ଓ ଖଜୁରୀର ବ୍ୟବହାର କରାଯାଇଥାଏ। ସାବୁନ୍ଟିରେ ସୁନା ଓ ହୀରା ବ୍ୟବହାର କରାଯାଇଥିବାରୁ ଏହା ବିଶ୍ବର ସବୁଠୁ ମହଙ୍ଗା ସାବୁନ୍ ଭାବେ ଜନାଦୃତ ହୋଇଛି। ସାବୁନ୍ର ମୂଲ୍ୟ ୨,୮୦୦ ଡଲାର ମାନେ ଭାରତୀୟ ମୁଦ୍ରାରେ ୨ ଲକ୍ଷ ଟଙ୍କାରୁ ଅଧିକ ହେବ।
ଖୋଲା ଝରକା: ମହଙ୍ଗା ସାବୁନ୍
/sambad/media/post_attachments/wp-content/uploads/2022/03/khola-jharaka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)