ବର୍ତ୍ତମାନ ସମୟରେ ସଡ଼କ, ଘରଦ୍ବାର ତିଆରି କରିବା ପାଇଁ ନୂଆ ନୂଆ ଟେକ୍ନାଲୋଜି ବ୍ୟବହାର କରାଯାଉଛି। କିନ୍ତୁ ଏମିତି ମଧ୍ୟ ପୋଲ ଅଛି ଯାହା ଘାସରେ ତିଆରି ହୋଇଛି। ପୋଲଟି ରହିଛି ପେରୁର କୁସ୍କୋ ନାମକ ସ୍ଥାନ ଅନ୍ତର୍ଗତ ଅପୁରିମେକ ନଦୀ ଉପରେ। ଏହାକୁ ‘ଇନ୍କୋ ରୋପ୍ ବ୍ରିଜ୍’ କୁହାଯାଏ। ବ୍ରିଜ୍ଟି ଘାସରେ ପ୍ରସ୍ତୁତ ରସିରେ ଝୁଲି ରହିଛି।
ପ୍ରଥମେ ଏହାର ଆରମ୍ଭ ହୋଇଥିଲା ଇନ୍କୋ ସାମ୍ରାଜ୍ୟ ସମୟରେ। ସେତେବେଳେ ରାସ୍ତା ଏବଂ ପୋଲ ଆଦି ଏହି ପଦ୍ଧତିରେ ପ୍ରସ୍ତୁତ କରାଯାଉଥିଲା। ବିଗତ ୬୦୦ ବର୍ଷ ହେବ ଏହା ସେଠାକାର ଲୋକମାନଙ୍କ ପାଇଁ ଗମନାଗମନର ମାଧ୍ୟମ ପାଲଟିଛି। ପୁରୁଣା ପୋଲ ଜାଗାରେ ନୂଆ ପୋଲ ବନ୍ଧା ଯିବାର ପରମ୍ପରା ପିଢ଼ି ପରେ ପିଢ଼ି ଚାଲିଆସୁଛି। ଏଥିପାଇଁ ସେଠାକାର ଯୁବଗୋଷ୍ଠୀ ଏକତ୍ର ହୋଇ ଘାସରେ ରସି ତିଆରି କରନ୍ତି ଏବଂ ତା’ପରେ ପୋଲ ତିଆରି ହୁଏ।
ପରମ୍ପରା ଅନୁସାରେ ପୋଲର ନିର୍ମାଣ କେବଳ ପୁରୁଷମାନେ କରନ୍ତି। ମହିଳାମାନେ ନଦୀର ଦୁଇପାଖରେ ବସି ରସି ବୁଣିବା କାମ କରନ୍ତି। ମୁଖ୍ୟ ପୋଲ ଛଅଟି ବଡ଼ ବଡ଼ ରସିରେ ପ୍ରସ୍ତୁତ ହୁଏ। ଏହି ରସି ୧ ଫୁଟ୍ ପର୍ଯ୍ୟନ୍ତ ମୋଟା ହୋଇଥାଏ। ଏହାକୁ ପତଳା ପତଳା ୧୨୦ ଟି ଦଉଡ଼ି ଯୋଡ଼ି ତିଆରି କରାଯାଏ। ପ୍ରଥମେ ଘାସକୁ ବାଡ଼େଇ ପାଣିରେ ଭିଜା ଯାଏ ଓ ପରେ ଏହା ନରମ ହୋଇଯିବାରୁ ତାହା ବାନ୍ଧିବାରେ ସହଜ ହୋଇଥାଏ। ଏଥିରେ କୌଣସି ମେସିନ୍ର ପ୍ରୟୋଗ କରାଯାଇ ନଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/khola-jharaka-1.jpg)