ଇତିହାସ ପୃଷ୍ଠାକୁ ଓଲଟାଇଲେ ଅନେକ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ଜାଣିହୁଏ। କିନ୍ତୁ ଇତିହାସରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ବ୍ୟକ୍ତିିତ୍ବ ସାମାନ୍ୟ ଅଲଗା। କାରଣ ତାଙ୍କ ପାଖରେ ଏତେ ସମ୍ପତ୍ତି ଥିଲା ଯାହାର ଅନୁମାନ କରିବା କଷ୍ଟକର। ତାଙ୍କ ନାଁ ହେଉଛି ମନସା ମୁସା ପ୍ରଥମ, ଯିଏ କି ଟିମ୍ବକ୍ଟୁର ରାଜା ଥିଲେ। ଆଜିର ସମୟରେ ଟିମ୍ବକ୍ଟୁ ଆଫ୍ରିକାର ଏକ ସହରର ଅଂଶ ହୋଇସାରିଛି। ମୁସାଙ୍କ ରାଜ୍ୟରେ ଗୋଟିଏ ବର୍ଷରେ ପାଖାପାଖି ଏକ ହଜାର କେଜି ସୁନା ଉତ୍ପାଦିତ ହେଉଥିଲା। ମନସା ମୁସା ୧୩୧୨ ଖ୍ରୀଷ୍ଟାବ୍ଦରେ ମାଲି ସାମ୍ରାଜ୍ୟର ଶାସକ ଥିଲେ। ପ୍ରାୟ ୨୫ ବର୍ଷ ଶାସନ କାଳରେ ସେ ଅନେକ ମସ୍ଜିଦ୍ ନିର୍ମାଣ କରିଥିଲେ। ଯେତେବଳେ ମୁସା ମକ୍କା ଯାତ୍ରାରେ ବାହାରନ୍ତି ତାଙ୍କ ଆଗରେ ୫୦୦ ଲୋକଙ୍କର ଏକ ଦଳ ଯାଏ। ସେମାନଙ୍କ ସମସ୍ତଙ୍କ ଦେହରେ ସୁନାର ଅଳଙ୍କାର ଥିଲା। ଏଥିସହ ୮୦ ଟି ଓଟ ମଧ୍ୟ ଯାଉଥିଲେ। ସବୁ ଓଟ ପିଠିରେ ୧୩୬ କିଲୋ ଓଜନର ସୁନା ଲଦା ଯାଉଥିଲା। ସେଥିରୁ ଅନୁମାନ କରିହେଉଥିବ େଯ ତାଙ୍କ ପାଖରେ କେତେ ସୁନା ସଂରକ୍ଷିତ ହୋଇ ରହୁଥିଲା। ସେଥିପାଇଁ ତାଙ୍କୁ ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଏ।
ଖୋଲା ଝରକା : ଇତିହାସର ଧନୀ ବ୍ୟକ୍ତି
/sambad/media/post_attachments/wp-content/uploads/2020/10/khola-jharaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)