ଦକ୍ଷିଣ ଆମେରିକା, କାରିବିଅନ୍ ଓ ଫ୍ଲୋରିଡ଼ାଠାରେ ଦେଖାଯାଉଥିବା ମାନ୍ସିନିଲ୍ ଗଛକୁ ବିଶ୍ବର ସବୁଠାରୁ ବିଷାକ୍ତ ଓ ବିପଦଜନକ ଗଛ ବୋଲି ଗିନିଜ୍ ବୁକ୍ରେ ଲେଖା ହୋଇଛି। ଏହା ବିଶେଷକରି ସମୂଦ୍ରକୂଳରେ ଦେଖିବାକୁ ମିଳିଥାଏ। ଏହି ଗଛର ଫଳର ବାସ୍ନା ବେଶ୍ ମିଠା। ତାହା ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଏ। ତେବେ ଯିଏ ଏହି ଫଳର ବାସ୍ନାରେ ମୋହିତ ହେବ ସେ ବିଭିନ୍ନ ରୋଗରେ ପୀଡ଼ିତ ହେବ। ଗଛର ଫଳକୁ ଥରେ କାମୁଡ଼ି ଖାଇଲେ ତଣ୍ଟି ଯନ୍ତ୍ରଣା ହେବା ସହ ତଳିପେଟ ଯନ୍ତ୍ରଣା ହୋଇଥାଏ। ଖାଲି ସେତିକି ନୁହେଁ, ଗଛର ଡାଳ, ପତ୍ର, ଡାଳର ରସ ଶରୀରରେ ବାଜିଲେ ମୁଣ୍ଡରେ ଯନ୍ତ୍ରଣା ହେବା ସହ ଶ୍ବାସରୁଦ୍ଧ ହୋଇଥାଏ। ଏହାର ରସ ଆଖିରେ ପଡ଼ିଲେ ଆଖି ନଷ୍ଟ ହୋଇଯାଇଥାଏ। ମଣିଷ ପାଇଁ କ୍ଷତିକାରକ ହୋଇଥିବା ବେଳେ ପ୍ରକୃତି ପାଇଁ ଗଛଟି ବେଶ୍ ଉପକାରୀ। ଏହି ଗଛ ମାଟିକୁ ଉର୍ବର କରିଥାଏ। ଏହାର କାଠକୁ ଶୁଖାଇ ସେଥିରୁ ଆସବାବପତ୍ର ତିଆରି କରାଯାଇଥାଏ।
ଖୋଲା ଝରକା : ବିଶ୍ୱର ସବୁଠାରୁ ବିଷାକ୍ତ ଗଛ ମାନ୍ସିନିଲ୍
/sambad/media/post_attachments/wp-content/uploads/2020/11/khola-jharaka-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)