ଶବ୍ଦତୋଡ଼ା : ନବଦ୍ୱାର

ମଣିଷର ଶରୀରକୁ ନେଇ କେତେ କେତେ ଉପମା ଦିଆଯାଇଛି। କିଏ ରଥ ସହିତ ତୁଳନା କରିଛି ତ କିଏ ବୃକ୍ଷ ସହିତ ତୁଳନା କରିଛି। ପଣ୍ଡିତମାନେ ତ ଆଉ ପାଦେ ଆଗେଇଯାଇ ମଣିଷର ଦେହକୁ ସ୍ୱର୍ଗ ଓ ନରକର ସମ୍ମିଶ୍ରଣ ବୋଲି କହିଛନ୍ତି। ଏଇ ଦେହରେ ମଣି‌ଷ ସ୍ୱର୍ଗ ସୁଖ ଲାଭ କରେ ପୁଣି ନରକର ଅନୁଭବ ପାଏ। ଏ ସବୁ କଳ୍ପନାର କଥା।

ମାତ୍ର ଯେଉଁ ବାସ୍ତବ କଥାଟି ଶରୀରକୁ ନେଇ କୁହାଯାଇଛି, ତାହା ହେଲା ଯେ ମଣିଷର ଦେହ ଗୋଟାଏ ଘର। ସେଥିରେ ପ୍ରାଣ-ପକ୍ଷୀ ବାସ କରେ। ଏବଂ ସେ ଘରର ନଅଗୋଟି ଦ୍ୱାର ଅଛି। ସେଗୁଡ଼ିକ ହେଲା ଦୁଇ କାନ, ଦୁଇ ଆଖି, ଦୁଇ ନାକ ପୁଡ଼ା, ମୁହଁ, ମୂତ୍ରଦ୍ୱାର ଓ ମଳଦ୍ୱାର। ସଂସ୍କୃତରେ ମଳଦ୍ୱାରକୁ ପାୟୁ ଓ ମୂତ୍ରଦ୍ୱାରକୁ କୁହାଯାଏ ଉପସ୍ଥ। ଦେହର ନଅଗୋଟି ରନ୍ଧ୍ରକୁ କୁହାଯାଏ ‘ନବଦ୍ୱାର’।

ସମ୍ବନ୍ଧିତ ଖବର