ଏ ହ୍ରଦରେ ‘ପଥର’ ପାଲଟି ଯାଆନ୍ତି ପଶୁପକ୍ଷୀ। ହ୍ରଦଟିର ନାଁ ନେଟ୍ରନ୍। ଆଫ୍ରିକୀୟ ଦେଶ ତାଞ୍ଜାନିଆର ଉତ୍ତର ପ୍ରାନ୍ତରେ ହ୍ରଦଟି ଅବସ୍ଥିତ। ଏହା ଏକ ଲବଣାକ୍ତ ହ୍ରଦ। ଏହି ହ୍ରଦରେ ଏୟାସୋ ନାୟେଗ୍ରୋ ନଦୀର ଜଳ ଆସି ମିଶିଥାଏ। ଉଷ୍ଣ ପ୍ରସ୍ରବଣର ପାଣି ମଧ୍ୟ ଏଥିରେ ମିଶିଥାଏ। ଫଳରେ ହ୍ରଦଟି ବିଭିନ୍ନ ଖଣିଜପଦାର୍ଥରେ ପରିପୂର୍ଣ୍ଣ। ଆଗରୁ ହ୍ରଦ ବିଷୟରେ ଅନେକ ମନଗଢ଼ା କାହାଣୀ ଶୁଣିବାକୁ ମିଳିଥିଲେ ମଧ୍ୟ ଏହାର ସତ୍ୟାସତ୍ୟ ଜଣା ପଡ଼ି ନାହିଁ। ୨୦୧୧ ମସିହାରେ ନିକ୍ ବ୍ରାଣ୍ଡେଟ୍ ନାମକ ଜଣେ ବନ୍ୟପ୍ରାଣୀ ଫଟୋଗ୍ରାଫର୍ ନେଟ୍ରନ୍ ହ୍ରଦ ପାଖକୁ ଯାଇ ଆଶର୍ଯ୍ୟ ହୋଇ ଯାଇଥିଲେ। ହ୍ରଦ କୂଳରେ ଅସଂଖ୍ୟ ପଶୁପକ୍ଷୀଙ୍କ ମୃତ ଦେହ ପଡ଼ି ରହିଥିଲା। ବ୍ରାଣ୍ଡେଟ୍ ଜଣାଇଥିଲେ ଯେ ସେଗୁଡ଼ିକୁ ଦେଖି ମନେ ହେଉଥିଲା ତାହା ପଶୁପକ୍ଷୀଙ୍କ ମୃତ ଦେହ ନୁହେଁ, ସତେ ଯେମିତି ପଥର ତିଆରି ପଶୁପକ୍ଷୀ। ଏହା ପଛର ରହସ୍ୟ ଜାଣିବା ପାଇଁ ଗବେଷଣା ଆରମ୍ଭ ହେଲା। ଜାଣିବାକୁ ମିଳିଲା, ହ୍ରଦର ପାଣିରେ ସୋଡିୟମ୍ କାର୍ବୋନେଟ୍ ଏବଂ ସୋଢ଼ାର ପରିମାଣ ଅତ୍ୟଧିକ। ପୁଣି ପରୀକ୍ଷାରୁ ଜାଣିବାକୁ ମିଳିଥିଲା ଯେ ଏହି ହ୍ରଦର ଜଳ ଅତ୍ୟଧିକ କ୍ଷାରୀୟ ଯାହା ତ୍ୱଚାକୁ ପୋଡ଼ି ଦେବାର କ୍ଷମତା ରଖିଛି। ବର୍ଷରେ ଅଧିକାଂଶ ସମୟ ହ୍ରଦ ପାଣିର ତାପମାତ୍ରା ୬୦ ଡିଗ୍ରୀ ସେଲସିୟସ୍ ଥାଏ। ସୋଡିୟମ୍ ଏବଂ କାର୍ବୋନେଟ୍ ପାଇଁ ଜନ୍ମ ନିଏ ସାୟୋନୋବ୍ୟାକ୍ଟେରିଆ ନାମକ ଏକ ଅଣୁଜୀବ ଯାହା ଫଳରେ ହ୍ରଦର ପାଣି ଲାଲ ରଙ୍ଗ ହୋଇଯାଏ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏହି ଲାଲ ରଙ୍ଗକୁ ଦେଖି ପଶୁପକ୍ଷୀ ଆକର୍ଷିତ ହୋଇ ହ୍ରଦ ନିକଟକୁ ଚାଲି ଆସନ୍ତି। ଏହାର ଅତ୍ୟଧିକ କ୍ଷାରଯୁକ୍ତ ପାଣି କାରଣରୁ ସେଗୁଡ଼ିକଙ୍କର ମୃତ୍ୟୁ ହୋଇଥାଏ।
ସ୍କାଏ ଲାଇଟ୍ : ନେଟ୍ରନ୍ ହ୍ରଦ
/sambad/media/post_attachments/wp-content/uploads/2020/03/natron-lake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)