ଶବ୍ଦତୋଡ଼ା : ନବଗ୍ରହ

ସାରା ଆକାଶ କେତେ ଗ୍ରହ, ଉପଗ୍ରହ, ନ‌କ୍ଷତ୍ରରେ ଭରା। ପୁଣି କେଉଁଠି ଧୂମକେତୁ ତ କେଉଁଠି ଛାୟାପଥ। ଏ ବିଶ୍ବବ୍ରହ୍ମାଣ୍ଡରେ କେତେ କେତେ ଗ୍ରହ, ନକ୍ଷତ୍ର ରହିଛନ୍ତି ତା’ର କଳନା କରିବା ସହଜ ନୁହେଁ। ସେ ଭିତରୁ ଆମେ ବାସ କରୁଥିବା ଏ ପୃଥିବୀ ଗୋଟିଏ ଗ୍ରହ ମାତ୍ର। ଏହାର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର। ପୃଥିବୀକୁ ଆମେ ମାଆ କହୁ ତେଣୁ ଚନ୍ଦ୍ରକୁ ତା’ର ସାନଭାଇ କରୁ ଓ ଜହ୍ନମାମୁ ବୋଲି ଡାକୁ। ହେଲେ ପୃଥିବୀ ସହ ଆମର ଏ ସୌରମଣ୍ଡଳରେ ଯେଉଁ ଗ୍ରହମାନେ ସୂର୍ଯ୍ୟଙ୍କୁ ଘେରି ରହିଛନ୍ତି ‌ସେମାନଙ୍କ ସଂଖ୍ୟା ପ୍ରଧାନତଃ ୯ ବୋଲି ଆମର ହିନ୍ଦୁ ଶାସ୍ତ୍ରରେ କେଉଁ ଅନନ୍ତକାଳରୁ ପରିକଳ୍ପନା କରାଯାଇଛି। ଏ ନଅଗୋଟି ଗ୍ରହଙ୍କୁ କୁହାଯାଏ ନବଗ୍ରହ। ଜ୍ୟୋତିଷଶାସ୍ତ୍ର ମତରେ ଏ ସମସ୍ତ ଗ୍ରହର ପୃଥିବୀ ଓ ପୃଥିବୀ-ବାସୀଙ୍କ ଉପରେ ପ୍ରଭାବ ଅଛି। ସେ ସବୁ ହେଲା- ସୂର୍ଯ୍ୟ ବା ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ।

ସମ୍ବନ୍ଧିତ ଖବର