ଇଣ୍ଡୋନେସିଆର ଏକ ଦ୍ବୀପରେ ଥିବା ସୁଲାୱେସି ନାମକ ଗୁମ୍ଫା କାନ୍ଥରୁ ପ୍ରାୟ ୪୪ ହଜାର ବର୍ଷର ପୁରୁଣା ରକ୍ ପେଣ୍ଟିଂ ମିଳିଛି। ୪.୫ ମିଟର ଚଉଡ଼ା ଏହି ଦୁର୍ଲ୍ଲଭ ଚିତ୍ରକୁ ବିଶ୍ବର ସର୍ବପୁରାତନ ପେଣ୍ଟିଂ ବୋଲି ଗବେଷକମାନେ ଦାବି କରିଛନ୍ତି। ୨୦୧୭ରେ ଗୁମ୍ଫାଟି ଆବିଷ୍କୃତ ହୋଇଥିଲା। ଲାଲ୍ ରଙ୍ଗରେ ଚିତ୍ରିତ ଏହି କଳାକୃତିରେ ଶିଙ୍ଗଯୁକ୍ତ ଏକ ପଶୁର ଚିତ୍ର ରହିଛି, ଯାହାକୁ ଶିକାରୀ ପିଛା କରୁଛି। ନେଚର୍ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁରୋପର ଏକ ପୁରାତନ ଗୁମ୍ଫାରେ ୧୪ ହଜାରରୁ ୨୧ ହଜାର ବର୍ଷ ପୁରୁଣା ପେଣ୍ଟିଂ ଆବିଷ୍କୃତ ହୋଇଥିଲା। ତାହା ଅଙ୍ଗାରରେ ପ୍ରସ୍ତୁତ। ଏପର୍ଯ୍ୟନ୍ତ ଏହି ୟୁରୋପୀୟ ଚିତ୍ରକୁ ବିଶ୍ବର ସର୍ବପୁରାତନ ଚିତ୍ରର ମାନ୍ୟତା ମିଳିଥିଲା। ଏହା ପରେ ଇଣ୍ଡୋନେସିଆସ୍ଥିତ ବୋର୍ନିଓ ଦ୍ବୀପରେ ୪୦ ହଜାର ବର୍ଷ ପୁରୁଣା ଚିତ୍ର ମିଳିଥିଲା। ସେତେବେଳେ ମଧ୍ୟ କଳାକୃତି ବେଶ୍ ଉନ୍ନତ ଥିଲା ବୋଲି ଉକ୍ତ ଚିତ୍ରରୁ ସ୍ପଷ୍ଟ ଜଣାପଡ଼େ। ଅଷ୍ଟ୍ରେଲିଆସ୍ଥିତ ଗ୍ରିଫିଥ୍ ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବବିତ୍ଙ୍କ ମତରେ, ଇଣ୍ଡୋନେସିଆ ଗୁମ୍ଫାରୁ ଆବିଷ୍କୃତ ଆଶ୍ଚର୍ଯ୍ୟଜନକ ପେଣ୍ଟିଂଟି ସେମାନେ ପ୍ରଥମଥର ପାଇଁ ଦେଖିଛନ୍ତି।
/sambad/media/post_attachments/wp-content/uploads/2020/07/gps-reindeer-300x300.jpg)
ସାଇକେଲ ଚଲାଇ ମାନଚିତ୍ର ଆଙ୍କିଲେ
ଲଣ୍ଡନ୍ସ୍ଥିତ ଚେଲଟନ୍ହାମରେ ରହୁଥିବା ଆନ୍ଥୋନି ହୟତେ ପ୍ରାୟ ୯ ଘଣ୍ଟା ସାଇକେଲ ଚାଳନା କରି ଲଣ୍ଡନ ମାନଚିତ୍ରରେ ରେନ୍ବିୟର (ମେରୁ ଅଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାର ହରିଣ) ଆକୃତି ପ୍ରସ୍ତୁତ କରିଛନ୍ତି। ମାନଚିତ୍ରରେ ଏହି ଚିତ୍ର ତିଆରି କରିବାରେ ସେ ଫିଟ୍ନେସ୍ ଆପ୍ଲିକେସନ୍ ଓ ଜିପିଏସ୍ର ସାହାଯ୍ୟ ନେଇଥିଲେ। ୫୧ ବର୍ଷୀୟ ଆନ୍ଥୋନି ହରିଣ ଆକୃତି ଆଙ୍କିବା ପାଇଁ ୧୨୭ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ସେ ପଶ୍ଚିମ ଲଣ୍ଡନସ୍ଥିତ ହାମ୍ପ୍ଷ୍ଟିଡ୍ ଅଞ୍ଚଳରୁ ସାଇକେଲ ଚଲାଇବା ଆରମ୍ଭ କରି ୟୁଷ୍ଟୋନ୍ ନାମକ ଏକ ସ୍ଥାନରେ ଶେଷ କରିଥିଲେ। ଆନ୍ଥୋନି ଏହା ପୂର୍ବରୁ ଅନେକ ଥର ସାଇକେଲ ଚାଳନା କରି ଚିତ୍ର କରିସାରିଛନ୍ତି। ୨୦୧୭ରେ ସାଇକେଲ ଚଳାଇ ଏକ ସ୍ନୋମ୍ୟାନ୍ ଚିତ୍ର ସେ ଆଙ୍କିଥିଲେ। ୨୦୧୮ରେ ବର୍ମିଂହାମ୍ ସହରରେ ୧୪୧ କିଲୋମିଟର ସାଇକେଲ ଚାଳନା କରି ସହରର ମାନଚିତ୍ର ଉପରେ ସାଣ୍ଟା ଚିତ୍ର ଆଙ୍କିଥିଲେ। ପ୍ରତିବର୍ଷ ଶେଷ ମାସ ଆନ୍ଥୋନି ମାନଚିତ୍ର ଉପରେ ଏହିପରି ଚିତ୍ର କରିଥାଆନ୍ତି।