ମୋବାଇଲ୍ ବ୍ୟବହାର ଏବେ ଏକ ସାଧାରଣ କଥା। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ମୋବାଇଲ୍ ବ୍ୟବହାର କ୍ଷତିକାରକ ହୋଇପାରେ। ଏଭଳି ସତର୍କ ସୂଚନା ଦେଇଛନ୍ତି ଜାପାନ୍ର ବିଶେଷଜ୍ଞମାନେ। ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଗବେଷଣାରୁ ଏଭଳି ତଥ୍ୟ ପାଇଛନ୍ତି। ଅଧିକାଂଶ ସମୟ ମୋବାଇଲ ବ୍ୟବହାର କଲେ ତାହା ଚର୍ମଜନିତ ରୋଗ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ମୋବାଇଲରେ କଥା ହେବା ସମୟରେ ସେଥିରୁ ନିର୍ଗତ ରେଡିଏସନ୍ ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ବାରା ଚର୍ମର ରଙ୍ଗ କଳା ପଡ଼ିଯାଏ ଓ ଟ୍ୟାନିଂ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏପରିକି ଛୋଟପିଲାଙ୍କ ମସ୍ତିଷ୍କର ତିବ୍ରତାକୁ ଏହା ହ୍ରାସ କରିଥାଏ। ଟ୍ୟୁମର, ଚର୍ମ ସଂକ୍ରମଣ, ମାନସିକ ରୋଗ, ଅନିଦ୍ରାର କାରଣ ମଧ୍ୟ ପାଲଟିପାରେ। ତେଣୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଜମାରୁ ମୋବାଇଲ୍ ବ୍ୟବହାର କରିବାକୁ ନ ଦେବାକୁ ଜାପାନ୍ର ବିଶେଷଜ୍ଞମାନେ କହିଛନ୍ତି।
/sambad/media/post_attachments/wp-content/uploads/2020/10/nua-samaya-2-2-300x169.jpg)
ପ୍ରଥମ ମହିଳା ଦ୍ୱୀପ
ଏମିତି ଅନେକ ଜାଗା ଅଛି ଯେଉଁଠି ମହିଳାମାନଙ୍କ ପ୍ରତି ପ୍ରବେଶ କଟକଣା ରହିଛି। ମାତ୍ର ଏକ ସ୍ଥାନ ଅଛି ଯେଉଁଠି ମହିଳା ନୁହେଁ ବରଂ ପୁରୁଷଙ୍କ ଯିବା ଉପରେ କଟକଣା ରହିଛି। ଏହି ଦ୍ବୀପର ନାମ ହେଉଛି ‘ସୁପର ସି ଦ୍ବୀପ’। ଏହି ଦ୍ବୀପରେ କେବଳ ମହିଳାମାନଙ୍କର ପ୍ରବେଶ ପାଇଁ ଅନୁମତି ରହିଛି। ଆେମରିକାର ଜଣେ ମହିଳା ବ୍ୟବସାୟୀ ଖ୍ରୀଷ୍ଟିନା ରୋଥ୍ ଏହି ଦ୍ବୀପ କିଣିଛନ୍ତି। ଏହି ଦ୍ବୀପଟି ୮.୪୭ ଏକର ଜାଗାରେ ରହିଛି। ଏଠାରେ ମହିଳାଙ୍କ ପାଇଁ ମନପସନ୍ଦର ରିସୋର୍ଟ ସହିତ ୪ଟି କ୍ୟାବିନ୍ ରହିଛି। ଗୋଟିଏ କ୍ୟାବିନ୍ରେ ୧୦ଜଣ ମହିଳାଙ୍କ ରହିବା ପାଇଁ ସୁବିଧା ରହିଛି। ଗୋଟିଏ କ୍ୟାବିନ୍ର ମୂଲ୍ୟ ୪ଲକ୍ଷ ଟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/nua-samaya-1-1.jpg)