ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ନୂଆ ନୂଆ ରୋଗ ସୃଷ୍ଟି ହେଉଛି। ପରିବେଶ ପ୍ରଦୂଷଣ, କାମର ଚିନ୍ତା ଓ ଖାଦ୍ୟପେୟରେ ଅବହେଳା ହେବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଖାସ୍‌କରି ହୃଦ୍‌ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ଖରାଦିନ ଅପେକ୍ଷା ଶୀତ ଦିନରେ ହୃଦ୍‌ଘାତ ଆଶଙ୍କା ଅଧିକ। ଏବଂ ଏହା ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷଣା ଅନୁଯାୟୀ ‘ଓ’ ବ୍ଲଡ୍‌ ଗ୍ରୁପ୍‌କୁ ଛାଡ଼ି ଦେଲେ ଅନ୍ୟ ସବୁ ବ୍ଲଡ୍‌ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତର ଆଶଙ୍କା ଅଧିକ ଦେଖାଯାଇଥ‌ାଏ। ନେଦରଳ୍ୟାଣ୍ଡ୍‌ରେ ଥିବା ଗ୍ରୋନିଗନ୍‌ ବିଶ୍ବବିଦ୍ୟାଳୟର ପ୍ରମୁଖ ଗବେଷକ ତିସା କୋଲେଙ୍କ କହିବା ଅନୁଯାୟୀ ‘ଓ’ ବ୍ଲଡ୍‌ ଗ୍ରୁପ୍‌ ତୁଳନାରେ ଅନ୍ୟ ସବୁ ବ୍ଲଡ୍‌ ଗ୍ରୁପ୍‌ ଲୋକମାନଙ୍କ ପାଖରେ ୯ ପ୍ରତିଶତ ଅଧିକ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ। ‘ଓ’ ବ୍ଲଡ୍ ଗ୍ରୁପ୍‌କୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ଲଡ୍‌ ଗ୍ରୁପ୍‌ରେ ରକ୍ତଜମାଟକାରୀ ପ୍ରୋଟିନ୍‌ ଅଧିକ ରହିଥାଏ, ଯାହା ହୃଦ୍‌ଘାତ ଆଶଙ୍କାକୁ ବଢ଼ାଇଥାଏ।

Advertisment

publive-image

ପ୍ରୋଗେରିଆ
ପ୍ରୋଗେରିଆ ଏକ ଜିନ୍‌ଗତ ଭୟଙ୍କର ଶାରୀରିକ ବିଶୃଙ୍ଖଳା। ଏହି ରୋଗରେ ଆକ୍ରାନ୍ତ ଶିଶୁକୁ ଅକାଳରେ ବାର୍ଦ୍ଧକ୍ୟ ମାଡ଼ିବସେ। ଏହା ସାଧାରଣତଃ କ୍ବଚିତ ଦେଖାଯାଇଥାଏ। ଆକଳନ ଅନୁସାରେ, ପ୍ରତି ୮୦ ଲକ୍ଷ ଜନ୍ମିତ ଶିଶୁ ମଧ୍ୟରୁ ଗୋଟିଏ ପିଲା ଏହି ରୋଗରେ ଆକ୍ରାନ୍ତ ‌େହାଇଥାଏ। ପିଲାଟି ଦିନରୁ ଶିଶୁଟିକୁ ଏଥି ଯୋଗୁଁ ବାର୍ଦ୍ଧକ୍ୟ ଚାଲିଆସେ। ତା’ର ବୁଦ୍ଧି, କାର୍ଯ୍ୟକଳାପ ସବୁ ମଧ୍ୟ ବୟସ୍କଙ୍କ ଭଳି ହୋଇଯାଏ। ଏମାନେ ସାଧାରଣତଃ ଜନ୍ମରୁ ୧୩ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କ ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ପକ୍ଷାଘାତ ହୋଇ ମୃତ୍ୟୁ ଘଟିଥାଏ। କେତେକ ପ୍ରୋଗେରିଆ ଆକ୍ରାନ୍ତ ବାଳକ ୨୦ ବର୍ଷ ଓ ଅତି ବେଶିରେ ୪୦ ବର୍ଷ ଯାଏ ଜୀବିତ ରହିଥାନ୍ତି। ୧୮୮୬ରେ ଜୋନାଥାନ ହଟଚିନସନଙ୍କ ଦ୍ବାରା ପ୍ରଥମେ ଏହି ରୋଗ ଆବିଷ୍କାର କରାଯାଇଥିଲା। ପରେ ୧୮୯୭ରେ ହାଷ୍ଟିଙ୍ଗ୍‌ ଗିଲ୍‌ଫୋର୍ଡ ଏହାର ଏହି ନାମକରଣ କରିଥିଲେ।