ହଂକଂ ବିଶ୍ବବିଦ୍ୟାଳୟର ରାସାୟନିକ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ମିଳିତ ଭାବେ ଏକ ଜେନେରେଟର୍ ତିଆରି କରିଛନ୍ତି। ଯାହା ବର୍ଷାର ବୁନ୍ଦାଏ ଜଳରୁ ୧୪୦ ଭୋଲ୍ଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରି ପ୍ରାୟେ ଶହେଟି ଛୋଟ ଏଲ୍ଇଡି ବଲ୍ବ ଜଳାଇପାରିବ। ଭବିଷ୍ୟତ ପାଇଁ ଶକ୍ତି ଉତ୍ପାଦନ କରୁଥିବା ଉପକରଣଗୁଡ଼ିକ ମଧ୍ୟରୁ ଏହି ଜେନେରେଟର ମୁଖ୍ୟ ଉପକରଣ ହୋଇପାରିବ ବୋଲି ବୈଜ୍ଞାନିକ କ୍ସୁନ୍କି ୱାଙ୍ଗ୍ ପ୍ରକାଶ କରିଛନ୍ତି। ସେ ହଂକଂର ଜେନେରାଲ ନେଚର୍ ପତ୍ରିକାରେ ଲେଖି ଜଣାଇଛନ୍ତି, ଉଚ୍ଚ କ୍ଷମତା ସମ୍ପନ୍ନ ଏହି ଜେନେରେଟରରେ ଦୁଇଟି ଇଲେକ୍ଟ୍ରୋଡ୍ ଉପକରଣ ଲାଗିଛି। ଗୋଟିଏ ଉପକରଣେର ଆଲୁମିନିୟମ୍ ବ୍ୟବହାର ହୋଇଛି। ଯେତେବେଳେ ବର୍ଷା ଏହି ଉପକରଣ ଉପରେ ପଡ଼ିବ ଜଳ ଗରମ ହେବା ପର୍ଯ୍ୟନ୍ତ ସେଥିରୁ ବିଦ୍ୟୁତ୍ ସଂଗ୍ରହ ହୋଇ ଚାଲିବ। ଏହି ଜେନେରେଟର ପନ୍ଦର ସେଣ୍ଟିମିଟର୍ ଉଚ୍ଚତାରୁ ପଡ଼ୁଥିବା ଜଳ ବୁନ୍ଦାରୁ ମଧ୍ୟ ବିଦ୍ୟୁତ୍ ସଂଗ୍ରହ କରିପାରୁଛି।
ଖାଦ୍ୟର ନୂଆ ରୂପ
ଦେଶ ବିଦେଶରେ ନୁଡୁଲ୍ସ୍ର ଚାହିଦା ସବୁଠି ଦେଖାଯାଏ। ଏହି ଖାଦ୍ୟର ଲୋକପ୍ରିୟତାକୁ ଦେଖି ଇଣ୍ଡୋନେସିଆ ନିବାସୀ ସେଫ୍ ଇରୱିନ୍ ନୁଡଲ୍ସ୍ ନେଇ କେକ୍ ପ୍ରସ୍ତୁତ କରିଛନ୍ତି। ତାଙ୍କର ସେହି ନୁଡୁଲ୍ସ୍ କେକ୍ର ଫଟୋ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ହୋଇଛି। କେକ୍କୁ ସେ ଛତୁ, ମାଂସ, ଛେନା ଓ ବିଭିନ୍ନ ପ୍ରକାରର ରଙ୍ଗିନ୍ ପରିବାରେ ସଜାଇଥାନ୍ତି। ଯାହା ଦେଖିବାକୁ ଆକର୍ଷଣୀୟ ଦିଶିବା ସହିତ ସ୍ବାଦିଷ୍ଟ ଲାଗିଥାଏ। ପିଲାଟିବେଳୁ ନୁଡୁଲ୍ସ୍କୁ ନେଇ କେକ୍ କରିବା ଚିନ୍ତା ସେଫ୍ଙ୍କୁ ମିଳିଥିଲା। ସେ ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ମା’ ଟିଫିନ୍ରେ ତାଙ୍କୁ ନୁଡୁଲ୍ସ୍ ଦେଇଥାନ୍ତି। ମଧ୍ୟାହ୍ନ ସମୟରେ ଟିଫିନ୍ ଖୋଲିଲା ବେଳକୁ ନୁଡୁଲ୍ସ୍ ଟିଫିନ୍ର ଆକୃତି ହୋଇଯାଇଥାଏ। ଏପର୍ଯ୍ୟନ୍ତ ସେଫ୍ କେତେ କେତେ ବ୍ୟକ୍ତିଙ୍କ ଚାହିଦା ଅନୁସାରେ ମିଠା ନୁଡୁଲ୍ସ୍ କେକ୍ ବିକ୍ରି କରିସାରିଲେଣି।